ବେଲୁଚିସ୍ତାନ ବିସ୍ଫୋରଣ ମୃତ୍ୟୁସଂଖ୍ୟା ୧୩୦ ଛୁଇଁଲା, ନିଜକୁ ଦାୟୀ କଲା ଇସ୍ଲାମିକ ଷ୍ଟେଟ୍‌

Spread the love
  •  
  •  
  •  
  •  
  •  

ବେଲୁଚିସ୍ତାନ, ୧୪/୦୭ (ସନ୍ଧାନ ନିୟୁଜ) : ବେଲୁଚିସ୍ତାନର ମାଷ୍ଟୁଙ୍ଗ ଟାଉନରେ ଗତ କାଲି ହୋଇଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି ବୋଲି ବେଲୁଚିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ଫଇଜ୍‌ କାକର କହିଛନ୍ତି । । ଏହି ବିସ୍ଫୋରଣ ପାଇଁ ପାକିସ୍ତାନ ସରକାର ଓ ନେତାମାନେ ଭାରତ ଓ ମୋଦିଙ୍କୁ  ଦାୟୀ କରୁଥିବାବେଳେ ଏହି ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି । ଆଇଏସର ପ୍ରୋପାଗେଣ୍ଡା ଏଜେନ୍ସି ଆମାକ ମାଧ୍ୟମରେ ଇସ୍ଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି । ଗତ କାଲି ହୋଇଥିବା ଏହି ବଡ଼ ବିସ୍ଫୋରଣ ପୂର୍ବରୁ ଆଉ ଏକ ବିସ୍ଫୋରଣ ବାନୁଠାରେ ହୋଇଥିଲା । ଏଥିରେ ୪ ଜଣ ମୃତ୍ୟୁବରଣ କରିଥିଲେ । ଗତକାଲି ବେଲୁଚିସ୍ତାନର କ୍ୱେଟା ନିକଟରେ ଥିବା ମାଷ୍ଟୁଙ୍ଗ ସହରରେ ବେଲୁଚିସ୍ତାନ ଆଓ୍ଵାମୀ ପାର୍ଟିର ଏହି ନିର୍ବାଚନୀ ସଭା ଚାଲିଥିଲା । ବିସ୍ଫୋରଣ ଫଳରେ ଏହି ଦଳର ନେତା ନଓ୍ଵାବଜାଦା ସିରାଜ ରଇସାନୀ ନିହତ ହୋଇଛନ୍ତି । ତେବେ ଏହି ବୋମା ବିସ୍ଫୋରଣ ଘଟଣାରେ ପାକିସ୍ତାନର ବିଭିନ୍ନ ରାଜନୈତିକ ଦଳ ଭାରତକୁ ଦାୟୀ କରିଛନ୍ତି । ସେ ବେଲୁଚିସ୍ତାନରେ ଭାରତର ଏଜେଣ୍ଟ ମାନଙ୍କ ବିରୋଧରେ ଲଢୁଥିବାରୁ ଭାରତ ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଦଳ ବେଲୁଚିସ୍ତାନ ଆଓ୍ଵାମୀ ପାର୍ଟି ନେତା ସରଫରାଜ ବୁଗତି ଗତକାଲି ଅଭିଯୋଗ କରିଥିଲେ । କିନ୍ତୁ ଆଇଏସ ନିଜକୁ ଦାୟୀ କରିବା ପରେ ଏହି ଘଟଣା ଏକ ନୂଆ ମୋଡ ନେଇଛି ।

Related Posts

About The Author

Add Comment