ବେଲକିଡିହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ୧୦ଫୁଟର ନାଲ ସୃଷ୍ଟି

Spread the love

ସୁନ୍ଦରଗଡ ତା:୨୫/୮/୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲାରେ ଗତ ରାତ୍ରିରୁ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି । ଅନବରତ ବର୍ଷା କାରଣରୁ ଜିଲ୍ଳାର ସର୍ବସାଧାରଣ ଅସ୍ତବ୍ୟସ୍ତ ହେବାରେ ଲାଗିଛନ୍ତି । ଜିଲ୍ଲାର ସହର ସହିତ ଗ୍ରାମାଞ୍ଚଲରେ ମଧ୍ୟ ଅନବରତ ବର୍ଷା ଲାଗିରହିଛି । ଏହି ବର୍ଷାରେ ରାସ୍ତାର ବିଭିନ୍ନ ଛୋଟ ଛୋଟ ପୋଲ ସବୁ ଧସିବାରେ ଲାଗିଛି ।ପ୍ରବଲ ବର୍ଷା ଫଲରେ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ କାଲୋବାହାଲ ରୁ ବେଲକିଡିହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ୧୦ଫୁଟର ନାଲ ସୃଷ୍ଟି କରିଥିବା ଜଣାପଡିଛି ।ଫଲରେ ସ୍ଥାନୀୟ ଲୋକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।ବାଇକ୍ ଆରୋହୀ ଓ ସାଇକେଲ ଚାଳକ ନାଲ ଉପରେ ପଟା ସାହାଯ୍ୟରେ ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଥିପ୍ରତି ଅତିଶିଘ୍ର କାର୍ଯାନୁଷ୍ଠାନ ନେବା ପାଈ ଅଞ୍ଚଳବାସି ଅନୁରୋଧ କରିଥିବା ଜଣାପଡିଛି ।

Related Posts

About The Author

Add Comment