ବେତନଟୀ ତହସିଲଦାରେ ଏ ଅଭିଜିତ କିଏ ? ଆପଣ ସିଧାସଳଖ ମୋ ସହିତ ଯୋଗାଯୋଗ କରିବେ; ମୋରମ୍ ଗାଡ଼ି ହେଉ କି ବାଲି ଗାଡ଼ି, ସବୁକଥା ମୋ ସହିତ ଆଲୋଚନା କରିବେ !

Spread the love

ବାରିପଦା ୨୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଆପଣ ସିଧାସଳଖ ମୋ ସହିତ ଯୋଗାଯୋଗ କରିବେ । ମ୍ୟାଡାମଙ୍କ କଥା ମୁଁ ବୁଝିବି । ମୋରମ୍ ଗାଡ଼ି ହେଉ କି ବାଲି ଗାଡ଼ି, ସବୁକଥା ମୋ ସହିତ ଆଲୋଚନା କରିବେ । ଏହା ଥ୫:୫୧ ଚଗ, ୭/୨୪/୨୦୨୦ଧ କୈାଣସି ସରକାରୀ ଅଧିକାରୀଙ୍କ କଥା ନୁହେଁ, ବେତନଟୀ ତହସିଲଦାରେ ନିଜକୁ ସର୍ବେସର୍ବା ବୋଲାଉଥିବା ଜଣେ ଯୁବକଙ୍କର ଫୋନ୍ ବାର୍ତ୍ତାଳାପ । ନିଜକୁ ବେତନଟୀ ତହସିଲଦାର ଅନିଶା ଦାସଙ୍କ ଅତ୍ୟନ୍ତ ଘନିଷ୍ଠ ଦର୍ଶାଇ ଜବତ ହୋଇଥିବା ଏକ ମୋରମ ଗାଡ଼ିର ମାଲିକଙ୍କ ପୁଅ ସହିତ ଆଲୋଚନା କରୁଥିବା ଅଭିଜିତ ନାମକ ଜଣେ ଯୁବକଙ୍କ କଥା । ତେବେ କିଏ ସେହି ଅଭିଜିତ ? ବେତନଟୀ ତହସିଲଦାର କୈାଣସି କର୍ମଚାରୀ କିମ୍ବା ଅଧିକାରୀ ନହୋଇ ମଧ୍ୟ ସେ କେମିତି ଦମ୍ଭରେ ଏ କଥା କହିଛନ୍ତି । ଏହାକୁ ନେଇ ନାନା ପ୍ରଶ୍ନ ଉଠିବା ପରେ ଅଭିଜିତ ନାମକ ଏହି ଯୁବକଙ୍କ ସହିତ ସମ୍ପର୍କକୁ ତହସିଲଦାର ସ୍ବୀକାର କରିଛନ୍ତି । ଏଠାକୁ ଆସିବା ପୂର୍ବରୁ ସେ ତାଙ୍କୁ ଜାଣିଥିବା ତହସିଲଦାର କହିଛନ୍ତି । ମାତ୍ର ତାଙ୍କ ନାମକୁ ନେଇ ଏପରି ଅପବ୍ୟବହାର କରିଥିବାରୁ ସେ କିଛି କରିପାରିବେ ନାହିଁ । ତେବେ ଆଜିଠୁ ଉକ୍ତ ଯୁବକ ସହିତ ଆଉ କୈାଣସି ସମ୍ପର୍କ ରହିବ ନାହିଁ ବୋଲି ତହସିଲଦାର ଅନିଶା କହିଛନ୍ତି ।
ସୋମବାର ଭୋଲ୍ ପ୍ରାୟ ସାଢେ଼ ୪ ଟା ବେଳେ ବୈଶିଙ୍ଗା ଛକ ନିକଟରେ ମୋରମ ବୋଝେଇ ଦୁଇଟି ଟ୍ରକ ଜବତକୁ ନେଇ ଉଠିଛି ଏପରି ବିବାଦ ଟ୍ରକ ଜବତ ଏବଂ ପରବର୍ତ୍ତୀ ସମୟରେ ଏହାର ରଫାଦଫା ଉଦ୍ୟମ ଖୋଲିଛି । ବେତନଟୀ ତହସିଲ ଅଞ୍ଚଳର ଅନେକ ଗୁମର । ସବୁ କାଗଜପତ୍ର ଥାଇ ଆଇନଗତ ଭାବେ ଓଡିଠ୧ଏଫ୍-୯୨୪୮ ନମ୍ବର ଟ୍ରକରେ ମୋରମ ବୋଝେଇ ହୋଇ ଯାଉଥିବା ବେଳେ ବେତନଟୀ ତହସିଲ କାର୍ୟ୍ୟାଳୟର ଏସଟିଏଫ୍ କର୍ମଚାରୀ ଭାବେ ପରିଚୟ ଦେଇ କିଛି ଯୁବକ ଗାଡ଼ି ଅଟକାଇଥିଲେ । ଜୋରଳବରଦପ୍ତ ଗାଡ଼ିର କାଗଜପତ୍ର ମାଗିବା ସହିତ ଟଙ୍କା ବି ମାଗିଥିଲେ । ମାତ୍ର ଡ଼୍ରାଇଭରଙ୍କ ସନ୍ଦେହ ହେବାରୁ ସେ କାଗଜପତ୍ର ନ ଦେଖାଇ ଗାଡ଼ିକୁ ସିଧା ବୈଶିଙ୍ଗା ଥାନାକୁ ନେଇ ଯାଇଥିଲେ । ସେଠାରେ ଗାଡ଼ି ପାର୍କିଂ କରୁଥିବା ବେଳେ ତହସିଲଦାର ଅନିଶା ଦାସ ଆସିଥିବା ଉକ୍ତ ଟ୍ରକ୍ ମାଲିକଙ୍କ ପୁଅ ଶ୍ରୀକାନ୍ତ ଦାସ କହିଛନ୍ତି । ମାତ୍ର ଏହି ଘଟଣାକୁ ନେଇ ବେତନଟୀ ତହସିଲଦାରଙ୍କ ସହିତ ଅଭିଜିତ ନାମକ ଜଣେ ଯୁବକ କଥାବାର୍ତ୍ତା ହୋଇ ଘଟଣାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଗାଡିର କାଗଜପତ୍ର ଠିକ୍ ଥିବାରୁ ଏଥିରେ ରାଜି ହୋଇନଥିଲେ ଶ୍ରୀକାନ୍ତ । ଏହା ପରେ ଥିବାରୁ କେସ୍ ଦିଆଯିବ ବୋଲି ତାଙ୍କୁ କାରଣ ଦେଖା ଯାଇଥିବା ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲା ରୁଜୁ କରିବା ସହ ଦୁଇଟି ଟ୍ରକ୍ ଜବତ କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ବେତନଟୀ ତହସିଲ ଅଞ୍ଚଳରେ ବେଆଇନ ଭାବେ ଲଘୁ ଖଣିଜ ଚୋରାଚାଲାଣ ହେଉଥିବା ଅଭିଯୋଗରେ ଦର୍ଶାଇ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନେବାକୁ ତହସିଲଦାର ଅଭିଯୋଗରେ ଦର୍ଶାଇଛନ୍ତି । ମାତ୍ର ଗାଡିର ଜବତ ଏବଂ ପରବର୍ତ୍ତୀ ସମୟରେ ଏହି ଘଟଣାକୁ ରଫାଦଫା କରିବାକୁ ନେଇ ବିବାଦ ଉପୁଜିଛି । ବାହାରକୁ ଆସିଥିବା ଏକାଧିକ ଅଡିଓ ଟେପରେ ତହସିଲଦାର କେତେବେଳେ ନିଜେ ଟ୍ରକ୍। ଜବଦ କରିଥିବା କହିଛନ୍ତି ତ ଆଉ କେତେବେଳେ ସେ ଥାନାରେ ପହଞ୍ଚିବା ବେଳକୁ ଟ୍ରକ ସେଠାରେ ଥିବା କହୁଛନ୍ତି । ତାଙ୍କର ଏହି ବୟାନ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟମୟ କରିଛି ।

Related Posts

About The Author

Add Comment