ବଲାଙ୍ଗୀର, 22.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ବେଆଇନ୍ ବାଲି ଟ୍ରାକ୍ଟର ଜବତ ସହ ଗାଡି ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର। ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ନାଇକେନସିରା ଛକ ନିକଟରେ ତହସିଲଦାର ବାଲି ବୋଝେଇ ଟ୍ରାକ୍ଟରଗୁଡିକୁ ଜବତ କରିଥିଲେ। ସ୍ଥାନୀୟ ହାତିସରା ସୋନଗଡ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ଚାଲିଥିଲା। ନାଇକେନ୍ ଶିରା ରେଲୱେ ବ୍ରିଜ ନିକଟରୁ ଖସିଯିବା ବେଳେ ସ୍ବତନ୍ତ୍ର ଟିମ୍ ସେମାନଙ୍କୁ କାବୁ କରିଥିଲା। ବିନା ରୟାଲିଟିରେ ବାଲି ଚାଲାଣ ଚାଲିଥିବା ଯାଞ୍ଚ ବେଳେ ଜଣାପଡିଥିଲା। ତହସିଲଦାରଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍ ସମସ୍ତ ଟ୍ରାକ୍ଟରକୁ ଜବତ କରି ଦେଓଗାଁ ଥାନାକୁ ପଠାଇଛି। ଘଟଣାସ୍ଥଳରେ ହିଁ ଗାଡି ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଚାଲାଣ କାଟିଥିଲେ ତହସିଲଦାର। ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନରୁ ସୋନଗଡ ନଦୀର ବିଭିନ୍ନ ବାଲିଘାଟରୁ ବେଇଆନ ଭାବେ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ ଚାଲିଛି। ଏ ସଂପର୍କରେ ଦେଓଗାଁ ତହସିଲ ବିଭାଗ ଜାଣିବା ପରେ ବେଆଇନ ବାଲି ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ
|
January 22, 2021 |
