ବୁଗୁଡ଼ା :୨୫ /୧/୨୦୨୧(ସନ୍ଧାନ ନିଉଜ) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ପ୍ରଶାସନ ଏବଂ ପିପୁଲ୍ସ କଲେଜ ପକ୍ଷରୁ ସୋମବାର ଦିନ ୧୧ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ତନ୍ମୟ ପାତ୍ର, ସୁପରଭାଇଜର ଭବାନୀ ଶଙ୍କର ପାତ୍ର ଯୋଗ ଦେଇ ଭୋଟର ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋଚନା କରି ଭୋଟ ଦାନ ଏକ ମହତ କାର୍ଯ୍ୟ ବୋଲି ସଚେତନ କରାଇଥିଲେ । ଏ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ ସହ ୩ ଜଣ କୃତୀ ବିଦ୍ଯାର୍ଥୀ., ୪ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ଜଣେ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ପିପୁଲ୍ସ କଲେଜରେ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଭୋଟର ଦିବସ ପାଳନ କାର୍ଯ୍ୟକ୍ରମରେ ସୁଦର୍ଶନ ସ୍ବାଇଁ, ବିନୋଦ କର ଏବଂ ଅନ୍ୟ ଅଧ୍ଯାପକମାନେ ଜାତୀୟ ମତଦାତା ଦିବସ ଉପରେ ଆଲୋଚନା କରିଥିଲେ । ଅନ୍ଯପକ୍ଷରେ ବ୍ଲକର ସମସ୍ତ ବୁଥରେ ଏଭଳି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।
ବୁଗୁଡ଼ାରେ ୧୧ତମ ଜାତୀୟ ଭୋଟର ଦିବସ ପାଳିତ
|
January 25, 2021 |