ଜେନାପୁର/୧୨/୦୧/ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମ ପଞ୍ଚାୟତରେ ବାଘୁଆଵାରଣା ୧୦ ଦିନ ଧରି ଅନୁଷ୍ଠିତ ହେଉଥିବା ବି.ଵି.ସି.ଟି ସିଜନ-୪ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରତିବର୍ଷ ନୂତନ ବର୍ଷ ଜାନୁଅାରି ୦୨ତାରିଖ ରେ ବି.ଵି.ସି.ଟି କ୍ରିକେଟ କ୍ଲବ୍ ପକ୍ଷରୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜିତ ହୋଇଥାଏ। ଏହି କ୍ରିକେଟ ଟୁର୍ନାମେଣ୍ଟରେ ୧୬ ଟି ଟିମ ଅଂଶ ଗ୍ରହଣ କରିଥିଲେ ।ସାଥୁଆପାଟଣା କ୍ରିକେଟ ଟିମ ଓ ତେଲିବାହାଳି କ୍ରିକେଟ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚରେ ତେଲିବାହାଳି କ୍ରିକେଟ ଟିମ
ନିର୍ଦ୍ଧାରିତ ୧୫୫ ରନ କରି ଚମ୍ପିଆନ୍ ହୋଇଥିଲା । ଖେଳ ଶେଷରେ ବି.ଵି.ସି.ଟି ର ମ୍ୟାନେଜର ସଂଜୟ କୁମାର ସାହୁଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଟ୍ରଫି ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବି ପ୍ରସାନ୍ତ କୁମାର ମହାନ୍ତି଼,ଦଶମାଣ ପାଟଣା ପଂଚାୟତ ର ପୂର୍ବତନ ସରପଞ୍ଚ ଦୂର୍ଜ୍ୟୋଧନ ବେହେରା, ଅକ୍ଷୟ କୁମାର ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଫାଇନାଲ ଦିବସରେ ମ୍ୟାନ ଅଫ ଦି ମ୍ୟାଚ ତେଲିବାହାଳି କ୍ରିକେଟ ଟିମର ଖେଳାଳୀ
ସରୋଜ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରଯାଇଥିଲା । ମ୍ୟାନ ଅଫ ଦି ସିରିଜ ଭାବେ ତେଲିବାହାଳି କ୍ରିକେଟ ଟିମର ଖେଳାଳୀ ବିକାଶ ତ୍ରିପାଠୀଙ୍କୁ ଟ୍ରଫି ସହ ପୁରସ୍କାର ରାଶି ଦିଆଯାଇଥିଲା ।ଚମ୍ପିଆନ ଦଳକୁ ଚମ୍ପିଆନ ଟ୍ରଫି ସହ ୯୯୯୯ ଟଙ୍କା ଓ ରନର୍ସ ଅପ୍ ଟ୍ରଫି ସହ ୫୫୫୫ଟଙ୍କା ପ୍ରଦାନ ସାଥୁଆପାଟଣା କୁ କରାଯାଇଥିଲା ।