ବିସ୍ଫୋରଣରେ ଘର ଫାଟିବାର କ୍ଷତିପୁରଣ ଦିଆଗଲା

Spread the love
  •  
  •  
  •  
  •  
  •  

ଯାଜପୁର, ୧୨/୦୧/୨୧ (ସନ୍ଧାନ ନିଉଜ) : ବରୀ ବ୍ଲକ୍ ଅନ୍ତର୍ଗତ ମେଦୁଆକୁଳ ଗ୍ରାମରେ ହଠାତ୍ ଭୟଙ୍କର ବିସ୍ଫୋରଣ ସହିତ କୋଠାଘର ଗୁଡ଼ିକରେ ଫାଟ ଦେଖିବାକୁ ମିଳିଥିଲା । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀମାନେ ରହିଥିବା ବେଳେ, ତୈଳ ଅନୁସନ୍ଧାନୀ କମ୍ପାନୀ ପକ୍ଷରୁ ବିସ୍ଫୋରଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏକ ଟ୍ରକକୁ ଜବତ କରାଯାଇ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା ହୋଇଥିଲା । କ୍ଷତି ପୁରଣ ବାବଦକୁ ୧ଲକ୍ଷ ୬୦ ହଜାର ଟଙ୍କା ଦିଆଯାଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ପାଖାପାଖି ୧୫୦ ଘରେ ଫାଟ ହୋଇଥିବା ଦେଖିବାକୁ ମିଳିଚି । ସମୁଦ୍ରକୁ ଶଙ୍ଖେ କ୍ଷତିପୁରଣ ଦିଆଯାଇଚି ବୋଲି ସାଧାରଣରେ ଚର୍ଚ୍ଚା ହେଉଚି । ଅଳ୍ପ କ୍ଷତିପୁରଣ କିପରି ଗ୍ରାମବାସୀ ନେଲେ ତାହା ସନେ୍ଧହ ପରିଶରରେ ରହିଚି ।

Related Posts

About The Author

Add Comment