ସୁନ୍ଦରଗଡ ତା: ୫/୬/୨୦୨୫( ସନ୍ଧାନ ନ୍ୟୁଜ /ରାଜୁ ପଟେଲ ) ପ୍ରାକ୍ ଖରିଫ କାର୍ଯ୍ୟକ୍ରମ ନିମନ୍ତେ କୃଷି ,କୃଷକ କଲ୍ୟାଣ ମନ୍ତ୍ରାଳୟ ଓଡ଼ିଶା ସରକାର ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ସୁନ୍ଦରଗଡ଼ ପକ୍ଷରୁ ଆରମ୍ଭ କରାଯାଇଥିବା ୧୫ ଦିନିଆ ବିକଶିତ କୃଷି ସଂକଳ୍ପ ଅଭିଯାନ ରେ ସବଡେଗା ବ୍ଲକ ଯମୁନା ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ତଳସରା ବିଧାୟକ ତଥା ରାଜ୍ୟ ବିଧାନସଭା ଉପବାଚସ୍ପତି ମହୋଦୟ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଜୈବିକ କୃଷି, ଫସଲ ବୀମା, ନୂତନ ଜ୍ଞାନ କୌଶଳର ବ୍ୟବହାର ଏବଂ ଜମିପଟ୍ଟାରେ ସଂଶୋଧନ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଚାଷୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଯୋଗ ଦେଲେ ଓ ନୂତନ ଜ୍ଞାନ ବଢ଼ିବା ପାଇଁ ପ୍ରେରିତ ହେବାର ଦେଖିବାକୁ ମିଳିଥିଲା । ଏହିପରି ଉଦ୍ୟମ ଗ୍ରାମାଞ୍ଚଳ ଓ ରାଜ୍ୟ ର କୃଷି କ୍ଷେତ୍ରରେ ନୂଆ ଆଶା ଓ ନୂତନଅବସର ନେଇଆସିବ ବୋଲି ଚାଷୀ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ,ଯୋଗଦେଲେ ଉପବାଚସ୍ପତି
|
June 5, 2025 |
