ବିଶେଷଜ୍ଞ ଡାକ୍ତର ଅଭାବ , ସମସ୍ୟା ସୁଧୁରିବ କେବେ ?

ବାରିପଦା ୨/୮ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଦୀର୍ଘ ବର୍ଷ ଧରି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ବହଳଦା ସିଏଚସିର ଅବସ୍ଥା ଏବେ ଗୁରୁତର । ଫଳରେ ରୋଗୀସେବା ଏଠାରେ ଗୁରୁତର ରୂପେ ପ୍ରଭାବିତ ହୋଇଛି । ଏଠାରେ  ଜଣେ ଭେଷଜ ବିଶେଷଜ୍ଞ, ଜଣେ ଶିଶୁରୋଗ ବିଶେଷଜ୍ଞ, ଜଣେ ଶଲ୍ୟ

ବିଶେଷଜ୍ଞ ଏବଂ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ । ବିଶେଷଜ୍ଞ ରହିବା କଥା । ମାତ୍ର ଉଦବେଗର ବିଷୟ  ହେଲା, ଏଠାରେ ଅକାଂଶ ବିଶେଷଜ୍ଞ ଡାକ୍ତର  ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି । ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ପ୍ରାୟ ନଅ ବର୍ଷରୁ ଊଦ୍ଧ  କାଳ ହେଲା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି । ତା’ସାଙ୍ଗକୁ ବେ      ଶ ଗୁରୁତ୍ଵପୂର୍ଣ୍ଣ ଶିଶୁରୋଗ  ବିଶେଷଜ୍ଞ ଡାକ୍ତର ମଧ୍ୟ ନାହାନ୍ତି । ଫଳରେ ଶିଶୁ ଓ ଜନନୀସୁରକ୍ଷା ଯୋଜନା ଏଠାରେ ପ୍ରାୟତଃ  ସରକାରୀ ଘୋଷଣାରେ ସୀମିତ । ସ୍ଥାନୀୟ ଇଲାକାର ରୋଗଗ୍ରସ୍ଥ ଶିଶୁଙ୍କ ସାଙ୍ଗକୁ ପ୍ରସୂତି, ଗର୍ଭବତୀ ଏବଂ ମହିଳାରୋଗୀମାନେ ଏଥିଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଗତ ୨୦୧୧ । ମସିହା ଜୁଲାଇ ମାସରୁ ଏଠାରେ ସ୍ତ୍ରୀ ଓ ପ୍ରସୂତୀ । ରୋଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ପ୍ରାୟ  ତିନିବର୍ଷ ହେଲା ଏଠାରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମଧ୍ୟ ନାହାନ୍ତି । ଶଲ୍ୟ ବିଶେଷଜ୍ଞ ଡାକ୍ତରଙ୍କ କଥା ଛାଡନ୍ତୁ, ଭେଷଜ ବିଶେଷଜ୍ଞ ବା ମେଡିସିନ  ସ୍ପେଶିଆଲିଷ୍ଟଙ୍କୁ ବାଦ ଦେଇ ଗୋଟେ ସିଏଚସି ସ୍ତରୀୟ ଡାକ୍ତରଖାନା କଳ୍ପନା କରିବା ଅସମ୍ଭବ । ହେଲେ ଏଠାରେ ତାହା ମଧ୍ୟ ଖାଲି ପଡିଛି । ଅବଶ୍ୟ ଡାକ୍ତରଖାନା ଅଧୀକ୍ଷକ ପଦରେ ଥିବା ମହିଳା ଡାକ୍ତର ଜଣଙ୍କ ଭେଷଜ ବିଶେଷଜ୍ଞ । ସେହିଭଳି ନିଦାନ କେନ୍ଦ୍ରରେ ୩ଜଣ ଟେକନିସିଆନଙ୍କ ସ୍ଥାନରେ ମାତ୍ର ଜଣେ (ଆଏନଟିସିପି) ଅଛନ୍ତି । ପୁଣି ସେଠାରେ ଆବଶ୍ୟକ ସଂଖ୍ୟକ  କର୍ମଚାରୀ ଓ ଭିତ୍ତିଭୂମି/ ଉପକରଣର ଅଭାବ ରହିଛି । ସେହିଭଳି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସରକାର ଡାକ୍ତରଖାନାରେ ଆଣି ରଖୁଥିବା ଏକ୍ସ-ରେ  ମେସିନ ବର୍ଷବର୍ଷ ଡାକ୍ତରଖାନାର କେଉଁ କୋଣରେ ପଡି ଖତ ଖାଉଛି ।  ଏଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ସାଧାରଣରେ ବ୍ୟାପକ ଅସନ୍ତୋଷ ବ୍ୟାପୁଛି । ଏନେଇ ଅତୀତରେ ବିରୋଧୀ ବିଜେପି ପକ୍ଷରୁ ବହଳଦା ସିଏଚସିରେ ଡାକ୍ତର ନିଯୁକ୍ତି ନିମେନ୍ତ ଧାରଣାରେ ବସିବା ସହ ରାଜରସ୍ତକୁ ଓହ୍ଲାଇଥିଲା । ଅବଶ୍ୟ ଉକ୍ତ କାର୍ଯ୍ୟକ୍ରମ କେବଳ ପାନୀୟ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବାରେହିଁ ସୀମିତ ରହିଗଲା । ସମସ୍ୟାର ସମାଧାନ ନୋହିଲା । ପୁଣି ଚଳିତ ବର୍ଷ ଆରମ୍ଭରେ ଜିଲାର ପ୍ରମୁଖ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମିର୍ ପକ୍ଷରୁ ବହଳଦା ସିଏଚସିର ଅଭାବ ଅସୁବିଧା ସମ୍ବନ୍ଧରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୂଚନା ଥାଉକି ରାଇରଙ୍ଗପୁର ଡାକ୍ତରଖାନାରୁ ଭେଷଜ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ପଢିଆରୀ ଓ ବହଳଦା ଡାକ୍ତରଖାନାରୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାସାଙ୍ଗ ମୁମୁକ ଭଳି କିଛି ଦକ୍ଷ ଓ ଅତ୍ୟନ୍ତ ଜନପ୍ରିୟ ସଫଳ ଚିକିତ୍ସକମାନଙ୍କୁ ସ୍ଥାନୀୟ ଇଲାକାରୁ ବଦଳି ହୋଇଯିବା ପରେ ତି ରିଂ, ବହଳଦା ଓ ଜାମୁଦା ବ୍ଲକ ଇଲାକାର ହଜାର ହଜାର ରୋଗୀ ଏବେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ନିତ୍ୟ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବର ମୁତାବକ ବର୍ତ୍ତମାନ ବହଳଦା,ଝରାଡିହି, ଅସନା, ତି        ରି, ଭୋଳଗାଡିଆ, ମୋରଣ୍ଡା ଓ ଜାମଦା ଭଳି ଉପରୋକ୍ତ ତିନିଟି ବ୍ଲକର ସମସ୍ତ ସରକାରୀ ଡାକ୍ତରଖାନା ଏବେ ବିଶେଷଜ୍ଞ ଡାକ୍ତର  ଶୂନ୍ୟ । ଏମନ୍ତ ଉଦବେଗଜନକ ସ୍ଥିତିରେ ବହଳଦା, ତିରିଂ ଓ ଜାମଦା ଭଳି ତିନିଟି ସୀମାନ୍ତବର୍ତ୍ତୀ ବ୍ଲକ ଇଲାକାର ସାଧାରଣ ଜନତାଙ୍କୁ ଉନ୍ନତମାନର ସ୍ଵାସ୍ଥ ସେବା ଯୋଗାଣ ଦିଗରେ ରାଜ୍ୟ ସରକାର କିଭଳି ଆଗ୍ରହ ଦେଖାଇଛନ୍ତି, ତାହା ସହଜରେ ଅନୁମେୟ ।

Related Posts

About The Author

Add Comment