ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାର ଦୋଷୀଙ୍କୁ ଧରିବା ପାଇଁ ଦାବି

Spread the love

ବାରିପଦା, ୧୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିଭଙ୍ଗାଯିବାର ଆଠ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ନେଇ ଓଡ଼ିଶା ମୁଣ୍ଡା ଛାତ୍ରସଂଗଠନ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଏହାର ତୁରିତ ତଦନ୍ତ କରାଯାଇ ଦୋଷୀମାନଙ୍କବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ଓଏମଏସଏର ସଭାପତି ମଙ୍ଗଲ ସିଂଙ୍କ ନେତୃତ୍ବରେ ଏକଦାବି ପତ୍ର ମୟୂରଭଞ୍ଜ ଏସପିଙ୍କଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଜଣାଯାଇଛି । ଏ ସଂପର୍କରେ ଯଥାଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସମଗ୍ର ଆଦିବାସୀ ସମାଜ ତରଫରୁବିଶାଳ ଜନଆନ୍ଦୋଳନ ରୂପ ନେବ ବୋଲି ଓଏମଏସଏର ଛାତ୍ରନେତା ମିହିରି ସେନ ସିଂଙ୍କ ନେତୃତ୍ବରେ ଆଦିବାସୀଚଳଚ୍ଚିତ୍ର ନିର୍ମାତା ବିଲକାନ ସିଂପ୍ରଭୁଦୟାଲ ନାଗ, ବିନ୍ସି ସ୍ମତି କମିଟିର ସଭାପତି ରାଜେନ୍ଦ୍ର ସିଂ, ନବଘନ ସିଂ, ସୋମା ସିଂ, ଗୌତମ ସିଂ, ରବୀନ୍ଦ୍ର ସିଂ, ଆଦିତ୍ୟ ନାରାୟଣ ସିଂ, ସୁଚିସ୍ମିତା ସିଂ, ସଂଯୁକ୍ତା ସିଂ, ଭାରତୀ ସିଂ ଏବଂ ଉଦଳା ଆଦିବାସୀ ଛାତ୍ର ସଂଗଠନର ସଭାପତି ସୈନିକ ସିଂ, ସାଗର ଖଣ୍ଡାପାତ୍ର ପ୍ରମୁଖଙ୍କ‌ପକ୍ଷରୁ ଚେତାବନୀ ଦିଆଯାଇଛି ।ଉଲ୍ଲେଖଯୋଗ୍ୟ ଯେ ଠାକୁରମୁଣ୍ଡା ଥାନା ଅଧୀନ କେନ୍ଦୁଜିଆଣିଫଚାୟତର ଢିପାସାହିରେ ଥିବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଗତ ୯ ତାରିଖ ରାତିରେ କୌଣସି ଦୁବୃତ୍ତ ଦ୍ବାରା ଭଙ୍ଗାଯାଇଥିବା ନେଇ ସଂପୃକ୍ତ ଥାନାରେ ୧୧୪/୨୦ ନମ୍ବରର ଏକ ମାମଲା ବିଭିନ୍ନ ଦଫାରେ ରୁଜୁ ହୋଇଛି ।

Related Posts

About The Author

Add Comment