ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Spread the love

କେନ୍ଦ୍ରାପଡା ୩୦/ ୬ (ସନ୍ଧାନ ନିୟୁଜ) – ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗ୍ରାମର ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ସାଳିଅଂଚ ଗ୍ରାମର ଜନୈକ ମହିଳା ତାଙ୍କ ସ୍ୱାମୀ ଓ ୨ଟି ସନ୍ତାନଙ୍କ ସହିତ ନିକିରାଇ ଥାନା ଅନ୍ତର୍ଗତ ପୋଇପାଟ ଗ୍ରାମରେ ପ୍ରାୟ ୨ବର୍ଷ ହେବ ଜମିକିଣି ଘରକରି ରହିଆସୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଦୁର୍ବୁତ ତାଙ୍କ ଘର ଗ୍ରୀଲ ଭାଙ୍ଗି ଘରଭିତରେ ପଶି ସ୍ୱାମୀ ଓ ପିଲାମାନଙ୍କୁ ମାଡମାରିବା ସହିତ ମହିଳାଙ୍କ ସହିତ ଦୁଷ୍କର୍ମ କରି ରକ୍ତାତ କରିଦେଇଥିଲେ ବୋଲି ମହିଳାଙ୍କ ସ୍ୱାମୀ ନିକିରାଇ ଥାନାରେ ଆଜି ଅଭିଯୋଗ କରିଛନ୍ତି। ଗୁରୁତ୍ତର ଅବସ୍ଥାରେ ସଂପୃକ୍ତ ପିଡିତା ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥରବା ସୂଚନା ମିଳିଛି। ସଂପୃକ୍ତ ପିଡିତା ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାରକରି ନିକିରାଇ ଥାନା ପୋଲିସ କେଶ ନମ୍ବର – ୭୩/୨୦୧୯ରେ ଏକ ମାମଲା ଦାୟରକରି ଘଟଣାର ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ କହିଛନ୍ତି। ତେବେ ଏକ ଜମିବାଡି ଗଣ୍ଡଗୋଳକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି।

Report- Asish 

Related Posts

About The Author

Add Comment