ବିଦ୍ୟୁତ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା ଏବଂ ମୃତ୍ୟୁକାଳୀନ ପୁନଃଥଇଥାନ ଦାବି

Spread the love
  •  
  •  
  •  
  •  
  •  

ବାରିପଦା, ୦୬/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବିଶ୍ୱ ବ୍ୟାପି ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ସଂକ୍ରମଣ ସମୟରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-୧୯ ସଂଘରୋଧ କେନ୍ଦ୍ରଗୁଡିକୁ ନିରବିଚ୍ଛନ୍ନ ବିଦ୍ୟୁତ ସେବା ଯୋଗାଇ ଦେଇ ଆସୁଥିବା ସହ ବିଦ୍ୟୁତ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରାଯିବା ଏବଂ ବିଦ୍ୟୁତ କର୍ମଚାରୀମାନଙ୍କୁ ମୃତ୍ୟୁକାଳୀନ ପୁନଃ ଥଇଥାନ କରାଯିବା ସକାଶେ ଦାବି ପୂରଣ ପାଇଁ ନେସ୍କା ପାର ଏମ୍ପେ୍ଲାଇଜ ୟୁନିୟନ ବାରିପଦା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି।
ଏ ସଂପର୍କରେ ନେସ୍କା ପାର ଏମ୍ପେ୍ଲାଇଜ ୟୁନିୟନର ସାଧାରଣ ସଂପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଜରୁରୀ ବୈଠକ ସଂଘର ଜିଲା ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ମୁଖ୍ୟତଃ ବିଦ୍ୟୁତ କ୍ଷେତ୍ରରେ ପ୍ରତିଦିନ ବିପଦସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ସମସ୍ୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଆଲୋଚନା ଅନୁଯାୟୀ ବହୁବାର ସରକାରଙ୍କୁ ଅବଗତ କରାଯାଇଥିବା ସର୍ ଆଜିପର୍ଯ୍ୟନ୍ତ ବିଦ୍ୟୁତ କର୍ମଚାରୀଙ୍କ ପରିବାରଙ୍କୁ ମୃତ୍ୟୁକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଉ ନ ଥିବା ବେଳେ | ସେମାନଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦେଇ ଥଇଥାନ କରାଯିବା ମଧ୍ୟ ଏପର୍ଯ୍ୟନ୍ତ ସମ୍ଭବ ହୋଇ ନାହିଁ । କିନ୍ତୁ ଅନ୍ୟ ବିଭାଗରେ ପୁନଃ ଥଇଥାନ ବ୍ୟବସ୍ଥା ଥିଲା ବେଳେ ଏହି ବିଭାଗକୁ ଉପେକ୍ଷା କରାଯାଇଥିବାର ଦର୍ଶାଯାଇଛି । ଯଦିଚ ବିଦ୍ୟୁତ କର୍ମଚାରୀମାନେ ଅତ୍ୟାବଶ୍ୟକୀୟ ସେବାକୁ । ଖରାବର୍ଷା ଶୀତ କାକରରେ ଅତି ବିପଦପୂର୍ଣ୍ଣ ଅବସ୍ଥା । ଭିତରେ ନିଜ ଜୀବନକୁ ପାଣି ଛଡାଇ ସେବା ଦେଇ ଆସୁଛନ୍ତି ।
ଅନ୍ୟ ପକ୍ଷରେ ଆଉ ଏକ ବଡ ବିପଦ କୋଭିଡ-୧୯ ଭଳି ବିଶ୍ଵ ମହାମାରୀ ସମୟରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିତ-୧୯ ସଂଘରୋଧ ସେଣ୍ଟରଗୁଡିକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେବା ଏବଂ ପ୍ରଶାସନଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ତଥାପି ସେମାନଙ୍କୁ କୌଣସି କୋଭିଡ ସୁରକ୍ଷା କିଟ୍ ମଧ୍ୟ ପ୍ରଦାନ କରାଯାଉ ନାହିଁ । ଗତ କିଛି ଦିନ ହେବା ମୟୂରଭଞ୍ଜ ସମେତ ଓଡ଼ିଶାର ବିଭିନ୍ନ ଅଂଚଳରେ ବିଦ୍ୟୁତ କର୍ମଚାରୀ ଏହି ମହାମାରୀରେ ସଂକ୍ରମିତ ହେଲେଣି । ସରକାର ବିଭିନ୍ନ ବିଭାଗରେ ସେବା କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା କରୁଥିବା ବେଳେ ବିଦ୍ୟୁତ କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧାଭାବେ ଘୋଷଣା କରୁ ନାହାନ୍ତି । ଯଦ୍ବାରା କର୍ମଚାରୀମାନଙ୍କର ଏହିପରି ମହାମାରୀ ବିପଦକୁ ସମ୍ମୁଖୀନ ହୋଇ କାର୍ଯ୍ୟ କରିବାର ମନୋବଳ ସୁଦୃଢ ହେଉ ନାହିଁ । ଏଣୁ ସରକାର ବିଦ୍ୟୁତ କର୍ମଚାରୀମାନଙ୍କୁ ଆବଶ୍ୟକୀୟ କୋଭିଡ ସୁରକ୍ଷା ଉପକରଣ ଯୋଗାଇବା ସହିତ ବିଦ୍ୟୁତ କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବା ଆବଶ୍ୟକ । ଏହାକୁ ସରକାର ଗୁରୁତ୍ୱର ସହକାରେ ନେଇ ଘୋଷଣା କଲେ କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି ପାଇବା ସହିତ ସେମାନେ ଏହି ବିପଦ ସଂକୁଳ ପରିସ୍ଥିତିରେ ଏହି ଯୁଦ୍ଧରେ ମଧ୍ୟ ନିଜକୁ ଆଗେଇ ନେବାରେ ପଛାଇବେ ନାହିଁ । ଏହା ସହିତ ମୁତ୍ୟୁକାଳୀନ ପୁନଃ ଥଇଥାନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ବୀମା ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସକାଶେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସହ ସାଧାରଣ ସଂପାଦକ ଜ୍ୟୋତିକୃଷ୍ଣ ବେହେରା, ଯୁଗ୍ମ ସଂପାଦକ ମାନସରଂଜନ ଶୁକ୍ଳା, ଡିଭିଜନ ସଂପାଦକ ଚନ୍ଦନ କୁମାର ମହାନ୍ତି ଏବଂ ଦେବାଶିଷ ବେହେରା, ସଂଜୟ ଘୋଷ, ତାପସ ବେହେରା, ଶୈଳେନ୍ଦ୍ର ସାହୁ, ପ୍ରମୋଦ ପାତ୍ର, ମନୋଜ କଲିଆ, ସୁମନ ସଂଜିତ ମହାନ୍ତ, ପ୍ରଦୀପ ନାଥ ପ୍ରମୁଖଙ୍କ ସମେତ କର୍ମଚାରୀମାନେ ସରକାରଙ୍କ କୋଭିଡ଼-୧୯ ନିୟମାନୁସାରେ ସାମାଜିକ ଦୂରତା ରକ୍ଷା କରି ଓ ମାସ୍ତ୍ର ପରିଧାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment