ବିଦ୍ୟା ପାଉଣ୍ଡେସନରେ ଜନ୍ମାଷ୍ଟମୀ ପାଳନ
ବଡଚଣା, ୨/୯ (ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ) ପବିତ୍ର ଜନ୍ମାଷ୍ଟମୀ ଅବସରରେ ବଡଚଣା ଅଂଚଳର କେତକ ସମାଜସେବୀ ବିଦ୍ୟା ପାଉଣ୍ଡେସନରେ ରହୁଥିବା ଗରିବ ଏବଂ ଅନାଥ ଶିଶୁଙ୍କ ଗହଣରେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ସମାଜସେବୀ ନିହାର ରଂଜନ ରାଉତ, ସସ୍ମିତା ବେହେରା, ଅଭିମନୁ୍ୟ ଦାସ, ପ୍ରିୟ ଗୋବିନ୍ଦ ଦାଶ, ମାନସ କୁମାର ରାଉତ, ନିବେଦିତା ସାମଲ ପ୍ରମୁଖ ବଡଚଣା ସ୍ଥିତ ବିଦ୍ୟା ପାଉଣ୍ଡେସନ ଏବଂ ଆମ ଘରରେ ରହୁଥିବା ଗରିବ ଏବଂ ଅନାଥ ପିଲାମାନଙ୍କ ମଧ୍ୟରେ ନୌତିକ ଶିକ୍ଷା, ମୌଳିକ ଶିକ୍ଷା ସହିତ ଅତ୍ମନିର୍ଭରଶୀଳ ହେବା ଉପରେ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରିଥିଲେ ।
ଏହି ଅନୁଷ୍ଠାନରେ ୩୦ରୁ ଅଧିକ ଗରିବ ପିଲା ମାଗଣାରେ ରହିବା ସହିତ ଅଧ୍ୟୟନ କରୁଛନ୍ତି । ସରକାରୀ ଏମାନଙ୍କ ପାଇଁ ଆର୍ଥିକ ସହାୟତା ବଢାଇବାକୁ ସମସ୍ତ ସମାଜସେବୀ ମାନେ ଦାବି କରିଛନ୍ତି । ସେହିପରି ପୂର୍ବରୁ କଟକସ୍ଥିତ ଏସ ସି ବି ମେଡିକାଲର ମାନସିକ ବିଭାଗରେ ରୋଗୀମାନଙ୍କୁ ଫଳ ଏବଂ ଖାଦ୍ୟା ସମଗ୍ରୀ ବଂଟନ କରିଥିଲେ ।
Related Posts
About The Author