ବିଜୁ ମହିଳା ଜନତା ଦଳ ତରଫରୁ ଓଡିଶା – ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଚତୁର୍ଥ ଦିବସରେ ୯୩ ୟୁନିଟ୍ ରକ୍ତ ସଂଗୃହିତ

Spread the love

ବାରିପଦା, ୧୪/୦୮/୨୦ (ସନ୍ଧାନ ନିଉଜ) – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାଏକ ଙ୍କର ଆହ୍ୱାନ ଏବଂ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କର ଦିଗଦର୍ଶନରେ ଅଗଷ୍ଟ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ମୋ ପରିବାର ଅନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିରର ଚତୁର୍ଥ ଦିବସରେ ୯୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଅଛି । ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତି ବୀଣାପାଣି ସାହୁଙ୍କ ନେତୃତ୍ୱରେ ଅୟୋଜିତ ଏହି ଜୀବନ ବିନ୍ଦୁ ରକ୍ତ ଦାନ ଶିବିରରେ ସଂଖ୍ୟାଧିକ ମହିଳା ରକ୍ତ ଦାନ କରି ରେର୍କଡ ସୃଷ୍ଟି କରିଥିଲେ । ରାଜସ୍ୱ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ଯୁକ୍ତ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସଂସଦ ଶ୍ରୀମତି ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି, ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଜିଲ୍ଲା ସଂଯଜୋକ ଦେବାଶିଶ ମାହାନ୍ତି , ରାଜ୍ୟ ବିଜେଡି ସାଧାରଣ ସଂପାଦକ ଡଃ ଦେବାଶିଶ ମାରାଣ୍ଡି , ପୂର୍ବତନ ବିଧାୟକ ଭାଦବ ହାଁସଦା, ଶ୍ରୀ ନାଥ ଶରେନ, ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି, ଜନାଲ୍ ଯୁବ ବିଜେଡି ସଭାପତି ସୁବ୍ରମନ୍ୟମ୍ ମାହାନ୍ତି, ରାଜ୍ୟ ବିଜେଡି ସଂପାଦକ କୃଷ୍ନ ଚନ୍ଦ୍ର ଦାସ, ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ଉର୍ମିଲତା ଦାସ, ବରିଷ୍ଠ ନାରୀ ନେତ୍ରୀ ପ୍ରତି ନନ୍ଦା କାନୁନଗୋ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଭାତ ନାୟକ , ପୂର୍ବତନ ନଗରପାଳ କୃଷ୍ନ ନନ୍ଦ ମାହାନ୍ତି, ରାଜ ଶିବ ନାରାୟଣ କିସ୍କୁ, ମହିଳା କାର୍ଯ୍ୟକାରୀ ସଭାପତି ସବିତା ବେହେରା, ରାଜ୍ୟ ବିଜେଡି ମହିଳା ସାଧାରଣ ସଂପାଦକ ସମ୍ପା ମଜୁନଦାର, ଖୁଣ୍ଡା ବ୍ଲକ ଅଧକ୍ଷ ପୁଷ୍ପଲତା ମାର୍ଣ୍ଡି , ପୂର୍ବତନ ଉପନଗରପାଳ ଦିପ୍ତି ଲତା ମିଶ୍ର, ମହିଳା ସହର ସଭାପତି ଗୀତାରାଣି ବେହେରା, କାଉନସିଲର ପ୍ରଭାତ ମହାନ୍ତି, ସୀମା ଦାସ, ଦେବାଶିଶ ପାତ୍ର, ଅନନ୍ତ ଦାସ, ଶ୍ରାବଣି ଦାସ, ରତ୍ନାକର ବେହେରା, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅରୁଣ ବରାଡ, ରାଜ୍ୟ ଯୁବ ବିଜେଡି ସଂପାଦକ ବିରଂଚି ମହାପାତ୍ର, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ସୁନିଲ କୁମାର ନାୟକ, ନାରୀ ନେତ୍ରୀ ମଧୁଲିକା ପାତ୍ର, ପ୍ରଭାତି ପୃଷ୍ଟି , ସବିତା ହାଁସଦା , ଉଦୟନି ବେହେରା, ଅନୁପମା ପଟ୍ଟନାୟକ, ଲକ୍ଷ୍ମୀ ବେହେରା, ସାବତି ମହାନ୍ତ, ଛାତ୍ର ନେତା ସୁଶିଲ ଶେଠି, ଅମୀତ ବୈଠା, ବରିଷ୍ଠ ନେତା ଜ୍ଞାନରଞ୍ଜନ ଦାସ, ଦେବିତଶ ଦାସ, ସଚିନ୍ ଦାସ ଉପସ୍ଥିତ ଥିଲେ ଓ ବରିଷ୍ଠ ସମାଜ ସେବି ଅମର ଶେଠୀ ଏହି ରକ୍ତ ଦାନ ଶିବିରକୁ ପରିଚାଳନା କରିଥିଲେ ।

Related Posts

About The Author

Add Comment