ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ

Spread the love

ଯାଜପୁର ସଦର,୨୭/୧୨ସନ୍ଧାନ ନ୍ୟୁଜ : ଯାଜପୁର ଜିଲ୍ଲାର  ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ସୁନାମ ଧନ୍ୟ ବିଧାୟିକା ଶ୍ରୀମନ୍ତୀ ସୁନନ୍ଦା ଦାସଙ୍କ ନେତୃତ୍ୱରେ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ଅବସରରେ  ଏକ ବିରାଟ ଗଣ ଦୌଡ଼  କାର୍ଯ୍ୟକ୍ରମ ହୋଇଯାଇଛି |ମୁଖ୍ୟ ଅତିଥିଭାବେ ଓଡ଼ିଶାର ସୁନାମ ଧନ୍ୟା ଦୌଡ଼ା ରାଣୀ ଦୁତି ଚାନ୍ଦ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ |ଏକ ନିଆରା ଦୌଡ଼ ପର୍ବରେ ବ୍ରହ୍ମବରଦା ଗ୍ରାମର ସରପଞ୍ଚ ମମତା ଶୁଭ ଦର୍ଶିନୀ ଦେଓ, ମଙ୍ଗରାଜ ପୁର ସରପଞ୍ଚାନୀ ଜୟନ୍ତୀ ସାହୁ, ବ୍ରହ୍ମବରଦା ଗ୍ରାମର ସମିତି ସଭ୍ୟା ରୁକସାନା ପ୍ରବିନ୍ନ, ରାଜେନ୍ଦ୍ର ପୁର ସମିତି ସଭ୍ୟା ଟିକି ଦଳାଇ,ମହେଶରପୁର ଗ୍ରାମର ସରପଞ୍ଚ ଝରଣା ପାତ୍ର, ଅତଲାପୁର ଗ୍ରାମର ସରପଞ୍ଚାନୀ ଅନିଶା କସର, ଯୋଗ ଦେଇ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସକୁ ସୁସଙ୍ଗଠିତ କରି ଦଳକୁ ମଜବୁତ କରିଥିଲେ |ଆଜି ଏହି ଗାଣଦୌଡ଼ରେ ଅନେକ ଛାତ୍ର ଛାତ୍ର, ଯୁବ ନେତା, ଆବାଳ ବୃଦ୍ଧ ବନିତା ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ |ସେହିପରି ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ରସୁଲପୁର ବ୍ଲକ ଉପାଦକ୍ଷା ଜୟନ୍ତୀ ଦାସ, ରାଉତରାପୁର ସରପଞ୍ଚାନୀ ସ୍ଵର୍ଣ୍ଣଲତାସାହୁ, ପ୍ରଥମା ଖଣ୍ଡି ଗ୍ରାମର ସରପଞ୍ଚ ଦୁର୍ଗା ଦାସ, ମଙ୍ଗରାଜ ପୁର ଗ୍ରାମର ସମିତି ସଭ୍ୟା ଦୁଲଣା ମଲ୍ଲିକଙ୍କ ସହିତ ବିଶିଷ୍ଟ ବ୍ୟାକ୍ତି ପ୍ରଦୀପ ଦାସ ଯୋଗ ଦେଇ ଗଣଦୌଡ଼ କାର୍ଯ୍ୟକ୍ରମକୁ ସୁମଧୁର କରିପାରି ଥିଲେ | ଆଜିର ସମାଜରେ ଖେଳକୁ ଏକ ମୁଖ୍ୟ ଅଙ୍ଗ ରୂପେ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି | ଯାହାଫଳରେ  ଗାଁ ଗଣ୍ଡାରେ  ନୂଆ ନୂଆ ଖେଳାଳୀ ସୃଷ୍ଟି ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରି ଦେଶ ଗଠନରେ ସହାୟକ ହୋଇ ପାରୁଛନ୍ତି |

Related Posts

About The Author

Add Comment