ସୁନ୍ଦରଗଡ ତା:୧୧/୯/୨୦୨୬( ସନ୍ଧାନ ନ୍ୟୁଜ) ଆଜି ସୁନ୍ଦରଗଡ଼ ର ବାଲିଶଙ୍କରା ବ୍ଲକ୍ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକରେ ବିଧାୟକ ଦୁର୍ଗା ଚରଣ ତନ୍ତି ଯୋଗଦେଇ ବ୍ଲକ୍ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଜନସାଧାରଣଙ୍କ ସମସ୍ୟା ଏବଂ ଚାଲିଥିବା ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ । ବିକାଶର ଲାଭ ଯେପରି ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ସହିତ ଆବଶ୍ୟକୀୟ ପଦକ୍ଷେପ ଏବଂ ଆଗାମୀ କାର୍ଯ୍ୟଯୋଜନା ନେଇ ଆଲୋଚନା କରାଗଲା । ଜନସାଧାରଣଙ୍କ ସୁବିଧା, ମୌଳିକ ଆବଶ୍ୟକତା ପୂରଣ ଓ ଅଞ୍ଚଳ ସାମଗ୍ରିକ ବିକାଶ ଏକ ମାତ୍ର ଲକ୍ଷ୍ୟ ବୋଲି ବିଧାୟକ ମହୋଦୟ ଜଣାଇଥିଲେ । ସମୀକ୍ଷାରୁ ସମାଧାନ, ସମାଧାନରୁ ବିକାଶ, ଏହି ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ସହିତ ବାଲିଶଙ୍କରାର ବିକାଶ ପାଇଁ ନିରନ୍ତର ପ୍ରୟାସ… ଜନତାଙ୍କ ସହ, ଜନତାଙ୍କ ପାଇଁ ରହିବ ।
ବାଲିଶଙ୍କରା ବ୍ଲକ୍ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ, ଯୋଗଦେଲେ ବିଧାୟକ ଦୁର୍ଗା ଚରଣ ତନ୍ତି
|
September 11, 2026 |



