ଯାଜପୁର, ୧୭/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଓଳାଶୁଣୀ ପୀଠ ପରିଶରରେ ବାଲିଚନ୍ଦ୍ରପୁର ପ୍ରେସ୍ କ୍ଲବ୍ ଆନୁକୁଲ୍ୟରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ପ୍ରେସ୍ କ୍ଲବ୍ର ସଭାପତି ଏକାଦଶୀ ସେଠୀଙ୍କ ତତ୍ୱାବଧାନରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଟିତ ହୋଇଥିବା ବେଳେ, ବନ୍ଧୁ ମିଳନ ଉତ୍ସବର ଭାଇଚାରା ଅକ୍ଷୁର୍ଣ୍ଣ ରଖିବା ପାଇଁ ପବିତ୍ର ଦଶହରା ଅବସରରେ ସାମ୍ବାଦିକ ମାନଙ୍କୁ ସତ୍ୟ ସମ୍ବାଦ ପ୍ରକାଶ କରିବାକୁ ଅତିଥିମାନେ ସୂଚନା ଦେଇଥିଲେ । ସଂସ୍କୃତି ପରିଶଦର ବରିଷ୍ଠ ସାମ୍ବାଦିକ ଏବଂ ଲେଖକ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରାଯାଉଥିବା ସୁସାହିତି୍ୟକ ସୁଭେନ୍ଦୁ କୁମାର ଭୂଁଆଙ୍କ ସଭାପତିତ୍ୱରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଥିଲା । ସତ୍ୟ ସମ୍ବାଦ ଲେଖିବା ବେଳକୁ ସାମ୍ବାଦିକର ୪ର୍ଥ ସ୍ତମ୍ବ କୁହାଯାଇଥିବା ଏହି ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣା ବଡ଼ ନିନ୍ଦନିୟ ବୋଲି ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇଥିବା ବହୁ ବରିଷ୍ଠ ସାମ୍ବାଦିକ ଦୁଃଖ ପ୍ରକାଶ କରିଥିଲେ । ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣୁଥିବା ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ନିକଟକୁ ଆଣୁଥିବା ଏହି ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକଟିଏ ବିନା ପାରିଶ୍ରମରେ କାର୍ଯ୍ୟ କରୁଥିବା ସରକାର ପ୍ରଶାସନକୁ ନଜରକୁ ଆଣୁଥିବା ଏହି ଗଣମାଧ୍ୟମ ପ୍ରତିନିଧିମାନେ ହେଉ ପ୍ରିଣ୍ଟମିଡିଆ ଏବଂ ଇଲେକ୍ଟ୍ରିମିଡିଆର ସାମ୍ବାଦିକମାନେ କେତେ କଷ୍ଟରେ ଚଳୁଛନ୍ତି ନା ଅଛି ସେମାନଙ୍କର ମୂଲ୍ୟ ନା ବେତନ ସରକାରୀ ପ୍ରଶାସନ ମାନେ ମୋଟା ଅଙ୍କର ବେତନ ପାଉଥିବା ବେଳେ, ଗଣମାଧ୍ୟମ ପ୍ରତିନିଧିମାନେ ବିନା ପାରିଶ୍ରମିକରେ ସକାଳ ୬ଟାରୁ ରାତି ୭ଟା ପର୍ଯ୍ୟନ୍ତ ସମ୍ବାଦ ସଂଗ୍ରହ କରିବା ଏବଂ ପ୍ରକାଶ କରିବା ଏହା ହେଉଚି ସାମ୍ବାଦିକର ଧର୍ମ । ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇଥିବା ପ୍ରଗତିବାଦୀର ବାର୍ତ୍ତା ସମ୍ପାଦକ ବିରୁପାକ୍ଷ ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତ୍ୟ ସମ୍ବାଦ ନିର୍ଭିକ ଭାବରେ ଉପସ୍ଥାପନା କରିବା କଷ୍ଠକର ହୋଇଥିଲେ ମଧ୍ୟ ନିଜ କର୍ତ୍ତବ୍ୟରୁ ସାମ୍ବାଦିକ ଓହରି ନଥାଏ ଶ୍ରୀ ତ୍ରୀପାଠୀ ତାଙ୍କ ବକ୍ତବ୍ୟରୁ ଓହରି ନଥାଏ । ନୋବେଲ ପୁରଷ୍କାର ପାଇଁ ଘୋଷଣା ହୋଇଥିବା ଏହି ଦୁଇ ଜଣ ସାମ୍ବାଦିକ ମାନଙ୍କର ଗର୍ବ ଏବଂ ଗୌରବ ଆଣିଦେଇଥିବାରୁ ଆମ ସମସ୍ତଙ୍କ ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇଥିବା ଭୈରବାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଚିନ୍ଦ୍ର ରାଉତ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ସାମ୍ବାଦିକ କଲମର ଶକ୍ତି ଆଗରେ ଥାଏ ବୋଲି ସମସ୍ତଙ୍କର ପି୍ରୟପାତ୍ର ଗଣମାଧ୍ୟମ ପ୍ରତିନିଧି ହୋଇଥିବା ବେଳେ, ସମ୍ମାନୀୟ ଅତିଥି ଓଡ଼ିଶା ସାମ୍ବାଦିକ ୟୁନିୟନ ଉପ-ସଭାପତି କିଶାନ ରାଉତ ଯାଜପୁର ଜିଲ୍ଲା ସାମ୍ବାଦକି ୟୁନିୟନର ସଭାପତି ଆଦିତ୍ୟ ମେକାବ ବରିଷ୍ଟ ସାମ୍ବାଦିକ ରାଜିବଲୋଚନ ଦେବ ପ୍ରଶାଦ ସାହୁ ରଞ୍ଜିତ ରାଉତ, ଏକାଦଶୀ ସେଠୀ, ଉଦ୍ଦବୋଧନ ଦେଇ ଶାରଦିୟ ଅଭିନନ୍ଦନର ଭାଇଚାରା ଅତୁଟ ରଖିବା ପାଇଁ ସମ୍ପାଦକ ରାକେଶ ବାରିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ପ୍ରଦ୍ୱପ ମହାରଣା ସ୍ୱାଗତ ଭାଷଣ ଦେଇଥିବା । ଯାଜପୁର ଜିଲ୍ଲାରେ କୃତିତ୍ୱରେ ଅର୍ଜ୍ଜନ କରିଥିବା ଓଡ଼ିଶାରେ ପ୍ରଶାସନିକ ସେବାରେ ଓଏସ୍ ପାଇଥିବା ଅଶ୍ୱିନୀ କୁମାର ପଣ୍ଡା ଏବଂ କଳ୍ପିତା ଜେନାଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢ଼ୌକନ ଦେଇ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମାଜର ବରିଷ୍ଟ ସମ୍ବାଦିକ ମହେଶ୍ୱର ବଳ ଏବଂ ପ୍ରଗତୀବାଦୀ କାର୍ଯ୍ୟନିର୍ବାହି ସମ୍ପାଦକ ବିରୁପାକ୍ଷ ତ୍ରୀପାଠୀଙ୍କୁ ମାନପତ୍ର ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ବାଲିଚନ୍ଦ୍ରପୁର ଖବର କାଗଜ ବିତରକ ଅଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ବିବେକାନନ୍ଦ ଦାସ, ଅରବିନ୍ଦ ଦାସ, ସତ୍ୟଜିତ ମହାପାତ୍ର ଏବଂ ମନିଷ ଅନୁରାଗଙ୍କ ବିୟୋଗରେ ୨ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଏହିଅବସରରେ ସତ୍ୟନନ୍ଦ ମଲ୍ଲିକ, ଜୟନ୍ତ ରାଉତ, ଆଲୋକ ପ୍ରଧାନ, ଧନଞ୍ଜୟ ତ୍ରୀପାଠୀ, ସତ୍ୟବ୍ରତ ସିଂ, ପ୍ରତାପ ସେନାପତୀ, ଧନେଶ୍ୱର ସିଂ, କୃଷ୍ଣଚନ୍ଦ୍ର ସାହୁ, ଦିପକ ମହାନ୍ତି, ନିହାରଞ୍ଜନ ସାମଲ, ହିମେଶ ଜେନା, ପ୍ରମୋଦ ଜେନା ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ । ବିଶ୍ୱଭୁଷଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲିଚନ୍ଦ୍ରପୁର ପ୍ରେସ୍ କ୍ଲବ୍ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ
|
October 18, 2021 |