ବାଲିକୁଦା ସତସଂଘ ବିହାରରେ ଆଧ୍ୟାତ୍ମିକ ସମେବେଶ ପାଇଁ ପ୍ରସ୍ତୁତି ବୈଠକ
ବାଲିକୁଦା ସତସଂଘ ବିହାରରେ ଆଧ୍ୟାତ୍ମିକ ସମେବେଶ ପାଇଁ ପ୍ରସ୍ତୁତି ବୈଠକ
Manas Kumar Rout |
August 20, 2018 |

ଯାଜପୁର,୨୦/୮ (ସନ୍ଧାନ ନିୟୁଜ): ଏକ ଧର୍ମନିୟନ୍ତ୍ରିତ ପକ୍ଷପାତ ବିହୀନ ଶୋଷଣ ମୁକ୍ତ ଓ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ପ୍ରତିଷ୍ଠା ପାଇଁ ସଂକଳ୍ପ ନେବା ଉଦେଶ୍ୟରେ ଏକ ଆଧ୍ୟାତ୍ମିକ ସମାବେଶ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମ ରାଜ୍ୟ ପରିଷଦ ଯାଜପୁର ଶାଖା ଆନୁକୁଲ୍ୟରେ ସଂଯୋଜକ ଦେବବ୍ରତ ଦେବତାଙ୍କ ଅଧ୍ୟକ୍ଷତାରେ ସଂପାଦକ ସର୍ବଶ୍ରୀ ପୂର୍ଣ୍ଣଚନ୍ଦ୍ର ଶତପଥୀ,ସହ ସଂଯୋଜକ ଦେବାଶିଷ ଜେନା,ଦେବେନ୍ଦ୍ର ପ୍ରହରାଜ,ରେଣୁବାଳା ଶତପଥୀ,ଦମୟନ୍ତି ତ୍ରିପାଠୀ,ରଶ୍ମିରଞନ ତ୍ରିପ୍ରାଠୀ, ଡକ୍ଟର ଭାଗ୍ୟଧର ସାହୁ,ପ୍ରୀତି ଲତା ଦାସ,ମଧୁସ୍ମିତା ଜେନା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ସର୍ବସମ୍ମତି ନିଷ୍ପତି ଅନୁସାରେ ଆସନ୍ତା ୨/୯/୨୦୧୮ରିଖ ରବିବାର ପବିତ୍ର ଜନ୍ମାଷ୍ଟମି ଦିବା ୧୦ ଘଟିକା ସମୟରେ ରାମରାଜ୍ୟ ପରିଷଦ ଯାଜପୁର ଶାଖା ଆନୁକୁଲ୍ୟରେ ତାଳୁଆ ବାଲିକୁଦା ସତସଂଘ ବିହାର ପରିଶରରେ ଏକ ଆଧ୍ୟତ୍ମିକ ସମାବେଶ ଅନୁଷ୍ଠିତ ହେବା ପାଇଁ ବୈଠକରେ ସ୍ଥିର କରାଯାଇଛି । ସମାବେଶରେ ରାମରାଜ୍ୟ ପରିଷଦର କେନ୍ଦ୍ରିୟ ସଂଯୋଜକ ମନୋଜ କୁମାର ରଥଙ୍କ ସମତେ ବହୁ ପ୍ରବକ୍ତା ଯୋଗ ଦେଇ ଆଧ୍ୟାତ୍ମିକ ବିଷୟରେ ତାଙ୍କର ଅମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବେ । ଏହି ଅବସରରେ ମାସିକ ଆଧ୍ୟାତ୍ମିକ ପତ୍ରିକା ସାଧନାର ସ୍ୱରୂପର ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚନ କରାଯିବ । ତତ ସହିତ ପଟାମୁଣ୍ଡା ଇସ୍ଥିତ ଶ୍ରୀଶ୍ରୀ ରାଧାରମଣ ମଠଧୀଶ ବାବାଜି ଅସୀମାନନ୍ଦ ଦାସଙ୍କୁ ପରିଷଦ ପକ୍ଷରୁ ଭବ୍ୟସମ୍ବର୍ଦ୍ଧିତ କରାଯିବ ।
Related Posts
About The Author