ଧର୍ମଶାଳା/୨୧/୦୫/ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ସାମଲ)ଧର୍ମଶାଳା ବ୍ଲକ ଅଧିନସ୍ଥ କୁମାରୀ ଜିପି ର ଆଦିବାସୀ ଅଧୁଷିତ ଗାଁ ଜାଲଶୁଖା ରେ ଚାଲୁଥିବା ମାଗଣା ଶିକ୍ଷା କେନ୍ଦ୍ର ବାପୁ ପାଠଶାଳା ରେ ଗ୍ରୀଷ୍ମ କାଳିନ ଶିକ୍ଷ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିକ୍ଷା ଶିବିର କୁ ଆନୁଷ୍ଟାନିକ ଭାବେ ବାପୁ ପାଠଶାଳା ର ପ୍ରତିଷ୍ଠାତା ସାମାଜିକ କର୍ମୀ ଦେବବ୍ରତ ରାଉତ ଉଦଘାଟନ କରି ଥିଲେ । ମୁଖ୍ୟ ଅତିଥି ଭାବେ ଆଶ୍ରିବାଦ ଫାଇନାସ ର ଶାଖା ଶହ ପରିଚାଳକ ଦିନ ବନ୍ଧୁ ମହଲ ଓ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଅଭିନାଶ ସାହୁ ଯୋଗ ଦେଇ ଶିକ୍ଷା ଶିବିର ର ମହତ୍ତ୍ୱ ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ଅବସରରେ ରେ ନିଶା ନିବାରଣ, ପରିବେଶ ସୁରକ୍ଷା, ବିଦ୍ୟାଳୟ ପ୍ରବେଶ ଓ ନୈତିକ ଶିକ୍ଷା ସମ୍ପର୍କ ରେ ପିଲା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଭିନ୍ନ ବର୍ଗ ରେ ଭଲ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ବାପୁ ପାଠ ଶାଳା ର ସେହି ଗ୍ରାମ ର ଏକ ମାତ୍ର ଛାତ୍ରୀ ନନ୍ଦିନୀ ଦେଉରୀ ମାଟ୍ରିକ ପାସ କରିଥିବା ରୁ ଅତିଥି ମାନେ ନନ୍ଦିନୀ କୁ ପୁରସ୍କୃତ କରିଥିଲେ । ଶେଷ ରେ ବିଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ ।
ବାପୁ ପାଠଶାଳା ରେ ଗ୍ରୀଷ୍ମ କାଳିନ ଶିକ୍ଷା ଶିବିର ।
|
May 21, 2025 |
