ଯାଜପୁର ସଦର, ୧୦ା୦୫ (ସନ୍ଧାନ ନିୟୁଜ): ବାତ୍ୟାର ରୁପ ନେଇଥିବା ଅସାନୀର ପ୍ରଭାବରେ ଯାଜପୁର ଜିଲ୍ଲାରେ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଦୁଇ ଦିନ ଧରି ବିଭିନ୍ନ ବ୍ଲକର ଅଧିବାସୀମାନେ ଆତଙ୍କିତ ରହିଥିବା ଦେଖିବାକୁ ମିଳିଚି । ଯାହାକି ଆସାନୀର ପ୍ରଭାବରେ ତୁହାକୁ ତୁହା ବର୍ଷା ଲାଗି ରହିଚି । ଦିନ ମଜୁରିଆ ଠାରୁ ଆରମ୍ଭ କରି ଲୋକମାନେ ବର୍ଷାର ପ୍ରଭାବରେ ଆତଙ୍କରେ ରହୁଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, କଲେଜରେ ପରୀକ୍ଷା ଚାଲିଥିବା ବେଳେ ଅସାନୀର ପ୍ରଭାବରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଚି । ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବାତ୍ୟା ଅସାନୀର ଲୋକମାନଙ୍କୁ ଥଇଥାନ କରାଯିବା ସହିତ ସେମାନଙ୍କର ସୁବିଧା ଯୋଗାଇଦେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବାତ୍ୟା ଅସାନୀ ପ୍ରଭାବରେ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ, ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସତର୍କ ରିହିବା ପାଇଁ ନିର୍ଦ୍ଦେଷ ଦିଆଯାଇଚି । ଦିନ ମଜୁରିଆ ମାନେ ଅସାନୀ ପ୍ରଭାବରେ ବର୍ଷା ହେଉଥିବାରୁ ମୁଲ ମଜୁରି ଲାଗିବା ପାଇଁ ଶ୍ରମିକ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକି ଏହାର ଫାଇଦା ନେବା ପାଇଁ କୁଜି ବ୍ୟବସାୟୀ ମାନେ ଅଟାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହରା ଜିନିଷ ଉପରେ ଚଢ଼ା ଦରରେ ବିକୁଥିବା ନଜରକୁ ଆସୁଚି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଟାନ କରାଯିବା ସହିତ କ୍ଷତିଗ୍ରସ୍ତ ହେଉଥିବା ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇଦେବା ଲାଗି ଶ୍ରମିକ ମାନଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବାତ୍ୟାର ରୁପ ନେଇଥିବା ବର୍ଷା ହେବାରୁ ଲୋକେ ଆତଙ୍କିତ
|
May 10, 2022 |
