ବହୁ ପ୍ରତୀକ୍ଷିତ କାଲେରୁ ସେତୁ ଉଦ୍‌ଘାଟିତ : ସଡ଼କ ପଥରେ ୪ରାଜ୍ୟକୁ ବାଟ ଫିଟିଲା

ଆନ୍ଧ୍ର ପ୍ରଦେଶ, ୨୮/୨/୨୦ (ସନ୍ଧାନ ନିଉଜ) : ଆଉ କରିବାକୁ ପଡ଼ିବନି ବିପଦପୂର୍ଣ୍ଣ ଜଳଯାତ୍ରା। ଦୂରତା ବି କମିଲା। ୪ରାଜ୍ୟକୁ ସଡ଼କ ପଥରେ ବାଟ ଫିଟିଲା। ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଲୋକ ଉପକୃତ ହେବେ। ଆନ୍ଧ୍ର ସରକାରଙ୍କ ଏହି ଗୋଟିଏ ପୋଲ ଆଗକୁ ବିକାଶକୁ ଦ୍ବିଗୁଣ କରିବାକୁ ଯାଉଛି।

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଆଜି ଆନ୍ଧ୍ର-ଓଡ଼ିଶା ସୀମାରେ ‌ସିଲେରୁ ନଦୀରେ କାଲେରୁ ସେତୁ ଉଦ୍‌ଘାଟିତ ହୋଇଛି। ଆନ୍ଧ୍ର ପ୍ରଦେଶ ସରକାର ୨୨କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରିଛନ୍ତି। ସେହିପରି ସେତୁ ପାଇଁ ଓଡ଼ିଶା ପଟେ ଥିବା ୩ଶହ ମିଟର ରାସ୍ତାକୁ ୧.୭୦ କୋଟି ଟଙ୍କାରେ ବ୍ୟୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ନିର୍ମାଣ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ସୀମାନ୍ତ ମୋଟୁ ନିକଟରେ ଏହି ପୋଲକୁ ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରି ନିର୍ମାଣ କରାଯାଇଛି। ଏହି ସେତୁ ଦେଇ ସିଧାସଳଖ ଆନ୍ଧ୍ରର ବିଶାଖାପାଟଣା, ବିଜୟଓ୍ବାଡ଼ା, ଭଦ୍ରାଚଳମ୍, କାକିନାଡ଼ା, ଖମାମ ଏବଂ ଛତିଶଗଡ଼ ରାଜ୍ୟକୁ ମଧ୍ୟ ସଡ଼କ ପଥ ଦେଇ ଯାତାୟାତ ହୋଇପାରିବ। ସେହିପରି ମହାରାଷ୍ଟ୍ରକୁ ବି ପୂର୍ବ ଅପେକ୍ଷା ଦୂରତା କମିବ ବୋଲି ଜଣାପଡ଼ିଛି।

Related Posts

About The Author

Add Comment