ମୁମ୍ବାଇ, ୨୧/୨/୨୦ (ସନ୍ଧାନ ନିଉଜ) : ଶାଦ ଅଲିଙ୍କ ନିର୍ଦ୍ଦେଶିତ ଓ ଶରମନ ଯୋଶୀଙ୍କ ଅପୋଜିଟ୍ରେ ଏକ ୱେବ୍ ସିରିଜ୍ର ସୁଟିଂ ଶେଷକରି ଅଭିନେତ୍ରୀ ଆଞ୍ଜେଲା କ୍ରିସଲିନ୍ଜକି ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହାର ଟାଇଟଲ ରହିଛି ‘ତୌବା ତେରା ଜଲ୍ୱା’। ଏଥିରେ ଅମିଷା ପଟେଲ, ଯତୀନ ଖୁରାନା ଓ ରାଜେଶ ଶର୍ମାଙ୍କ ସହିତ ଆଞ୍ଜେଲା ସ୍କ୍ରିନ୍ ଶେୟାର କରିବେ। ଏହି ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଆକାଶାଦିତ୍ୟ ଲାମା।
ଅଭିନେତ୍ରୀ ଆଞ୍ଜେଲା ଫିଲ୍ମର କାହାଣୀ ଶୁଣିବା ପରେ ଏଥିରେ କାମ କରିବାକୁ ରାଜି ହୋଇଯାଇଥିଲେ। ସେ କହିଛନ୍ତି ପ୍ରତ୍ୟେକ କଳାକାର ପାଇଁ ଏହା ଏକ ସ୍ୱପ୍ନର ଚରିତ୍ର ଓ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ଫିଲ୍ମରେ ଦର୍ଶକ ତାଙ୍କ ଡି-ଗ୍ଲାମ୍ ଲୁକ୍ ଦେଖିବାକୁ ପାଇବେ। ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘୧୯୨୧’ ହେଉ କିମ୍ବା ପୁରୀ ଜଗନ୍ନାଥଙ୍କର ‘ରୋଗ୍’, ସବୁଥିରେ ଆଞ୍ଜେଲା କେବଳ ଗ୍ଲାମରସ୍ ଭୂମିକା ନିର୍ବାହ କରିଥିଲେ।



