ବାରିପଦା,ବେତନଟୀ, ୧୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ଲଘୁଚାପ ଜନିତ ବର୍ଷା ହେବା ଫଳରେ ବୈଶିଙ୍ଗା- ବଡ଼ସାହି ରାସ୍ତାର ଅନ୍ଧାରୀନାଳ ଉପରେ ନିର୍ମାଣ ଆରମ୍ଭ ହୋଇଥିବା ବିଜୁସେତୁ ଯୋଗାଯୋଗ ବିଛିନ୍ନ କରୁଥିବାବେଳେ ବିଭାଗୀୟ ତତ୍ପରତା ଅଭାବରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳାଫଳ ଶୁନ । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଫଳରେ ବିଜୁସେତୁ କାମ ଆଗେଇ ପାରୁନି । ଫଳରେ ବିଭାଗୀୟ ଅଧୁକାରୀ ନିରବରେ ବସି ରହିଛନ୍ତି । ବେତନଟୀ ବ୍ଲକ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପ୍ରତିମାଦେଇପୁର ନିକଟରେ ଅନ୍ଧାରୀସେତୁ କାର୍ଯ୍ୟ କିପରି ହେବ ଓ ଏହାର ଅବଧି ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ଏହିକାମ ଅଗ୍ରସର ନହେବା ହେବା ଫଳରେ ୫୦ହଜାରରୁ ଊଦ୍ଧ ସାଧାରଣ ଜନତା ପ୍ରଭାବିତ ହେଉଥିଲେ ମଧ୍ୟ ବିଭାଗର ନିରବତା, ଜିଲା ପ୍ରଶାସନର ଅନିଛା ତଥା ଲୋକଙ୍କ ସ୍ବାଭିମାନକୁ ଏଡାଇଯିବା ଯୋଗୁ ଠିକାଦାର ପାଖରୁ ଆରମ୍ଭକରି ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ଯେପରି ସ୍ଥାଣୁ ପାଲଟିଯାଇଛନ୍ତି ସେହିଭଳି ଅନୁଭୁତ ହେଉଛି । ୨୦୧୮ ମସିହାରେ ଏହି ଅନ୍ଧାରୀନାଳ ଉପରେ ନିର୍ମାଣ ହେଉଥିବା ବିଜୁସେତୁର ଶିଳାନ୍ୟାସ ତତ୍କାଳୀନ ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନା, ବଡ଼ସାହିର ତତ୍କାଳୀନ ବିଧାୟକ ଗଣେଶ୍ବର ପାତ୍ରଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିଲା । ଅବଧୂ ମଧ୍ୟରେ କାର୍ଯ୍ୟଶେଷ ହେବା କଥା। ମାତ୍ର ୨ବର୍ଷ ବିତିଯାଇଥିଲେ ଓ ମଧ୍ୟ ଏହି ସେତୁ ସମ୍ପୂର୍ଣ୍ଣ ନହେବା ଓ ଆପ୍ରୋଚରୋଡକୁ ସଠିକଭାବେ ନିର୍ମାଣ ନକରିବା ଫଳରେ ବର୍ଷା ଓ ବନ୍ୟା ଫଳରେ ବୈଶିଙ୍ଗା-ବଡସାହି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହେଉଛି । ଲୋକଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ କେହି ପାଟି ଖୋଲିବା ଯୋଗୁ ଏହି ପୋଲକାମ ଲୋକଙ୍କ ଦୁଃଖ ପାଲଟିଛି । ପୂର୍ତ୍ତ ବିଭାଗ ଏହା ଜାଣି ମଧ୍ୟ ଅଜଣା ରହିବା ଫଳରେ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥ୍ୟ । ନିମନ୍ତେ ଦାୟୀ କିଏ ହେବେ ତାହା ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି । ଏହି ରାସ୍ତାର ନିର୍ମାଣ ସହ ପୋଲକାମ ଉପରେ ଧ୍ୟାନ ଦେବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଅଞ୍ଚଳବାସୀ କରିଥିଲେ ମଧ୍ୟ ତାହା କରୋନା ନିମନ୍ତେ ଫାଇଲ ତଳେ ରହିଯାଇଥିବା ଆଲୋଚିତ ହେଉଛି । ସରକାରଙ୍କ ୫-ଟି ଏହି ପୋଲକାମ ନିମନ୍ତେ ପ୍ରଯୁଜ୍ୟ କି ନୁହେଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାସ୍ତା (ଠାକୁରମୁଣ୍ଡା-ଡଙ୍ଗାଡିହା-ପୋଡାଡିହା-ଉଦଳା-ମାଣତ୍ରୀ-ବୈଶିଙ୍ଗା- ରୂପସା) ରାଜ୍ୟ ରାଜପଥରେ ପରିଣତ ହେବାକୁ ଥିବାରୁ ଗୁରୁତ୍ବପୁର୍ଣ୍ଣ ଅଟେ । ୫୦ହଜାରରୁ ଊଦ୍ଧ ସାଧାରଣ ଜନତାଙ୍କ ସହ ପ୍ରଶାସନ ଖେଳୁଛି ବୋଲି ପାଟଳିପୁରା ସରପଞ୍ଚ ଚୈତନ୍ୟ ବେସ୍ରା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ କହନ୍ତି ଯଦି ଆଗାମୀ ସପ୍ତାହକ ମଧ୍ୟରେ ପୋଲକାମ ନହୁଏ ତେବେ ବିକାଶମଞ୍ଚି ରାଜରାସ୍ତାକୁ ଓହ୍ଲାଇବା ନିଶ୍ଚିତ।