ବରୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର

Spread the love
  •  
  •  
  •  
  •  
  •  

ଯାଜପୁର, ୧୩/୦୯/୨୦୨୧ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ହଳଦିବସନ୍ତ ଗ୍ରାମର ଖଳବାଙ୍କି ପାଟରୁ ଏକ ଯୁବକଙ୍କର ମୃତ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଘଟଣାରୁ ପ୍ରକାଶ ଯେ, ହଳଦୀବସନ୍ତ ଗ୍ରାମର ପାଟରୁ ମିଳିଥିବା ଏହି ମୃତ ଯୁବକ ନୂଆପଡ଼ା ଜିଲ୍ଲା ବଡ଼େଇ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ଦୋଳମଣୀ ମାଝୀଙ୍କ ପୁଅ ଭରତ ମାଝୀ(୨୪) ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଥାନା ଅନ୍ତର୍ଗତ ବରୀ ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ତାମିଲନାଡ଼ୁରେ ଚାକିର କରୁଥିବା ବେଳେ, ଏହି ଯୁବକ ତାଙ୍କ ସାଙ୍ଗ ଘରକୁ ଯିବା ଆସିବା କରନ୍ତି । ସାଙ୍ଗ ଘରେ ରହୁଥିବା ବେଳେ, ଭରତ ଏକ ମାସ ପୂର୍ବରୁ ବରୀରେ ତାଙ୍କ ସାଙ୍ଗ ଘରେ ରହୁଥିଲେ । ଗ୍ରାମବାସୀମାନେ ଏକ ବରଗଛରେ ଭରତଙ୍କ ଶବ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଗ୍ରାମବାସୀ ମାନେ ଭରତର ସାଙ୍ଗ ଘରକୁ ଖବର ଦେଇଥିବା ବେଳେ, ବରୀ ଥାନାକୁ ଏ ସର୍ମ୍ପକରେ ଖବର ଦିଆଯାଇଥିଲା । ଥାନା ଅଧିକାରୀ ଅଜୟ କୁମାର ଜେନା ଘଟଣା ସ୍ଥଳରେ ପହଁଞ୍ଚô ଶବକୁ ଜବତ କରିବା ସହିତ ଏକ ଅପମୃତୁ୍ୟ ମାମଲା ରୁଜୁକରି ଥନା ପକ୍ଷରୁ ଏକ କେସ ନଂ ୧୩/୨୧ ରେ ମାମଲା ରୁଜୁ କରାଯାଇ ପୋଷ୍ଟବଟମ ପାଇଁ ଯାଜପୁର ମେଡିକାଲକୁ ପଠାଯାଇଥିଲା । ଭରତର ସାଙ୍ଗକୁ ବରୀ ପୋଲିସ ଏସମ୍ପର୍କରେ ପଚରା ଉଚରା କରୁଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଭରତ ହଳଦିବସନ୍ତ ତାର ସାଙ୍ଗ ଘରକୁ ଆସି କାହିଁକି ଆତ୍ମହତ୍ୟା କଲା ତାହା ସନେ୍ଧହ ଘେରରେ ରହିଚି ।

Related Posts

About The Author

Add Comment