ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୃକ୍ଷରୋପଣ

Spread the love

ବଡଚଣା, ୨/୭(ସନ୍ଧାନ ନିଉଜ) : ବଡଚଣା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବନ ସପ୍ତାହ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କାଞ୍ଜିଆ ସ୍ଥିତ ଉକôଳ ପ୍ଲେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ବଟକୃଷ୍ଣ ସାମଲ,ଅଜିତ ପ୍ରସାଦ ମିଶ୍ର,ଅଧ୍ୟାପକ ଅମ୍ବିକା ପ୍ରସାଦ ମିଶ୍ର,ସାମାଜିକ କର୍ମୀ ଫଗୁଚରଣ ବରାଳ,ଧ୍ରୁବଚରଣ ମଲିକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରିଥିଲେ । ଉଦୀୟମାନ ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେସହଯୋଗ କରିଥିଲେ ।

Related Posts

About The Author

Add Comment