ବରଯାତ୍ରୀ ଯାଇ ଅସଦାଚରଣର ଶିକାର ହେଲେ ୧୨ ବର୍ଷର ନାବାଳିକା

Spread the love

ଯାଜପୁର ସଦର, : ୨୯/୪/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧିନ ଦୁବକଣ ଗ୍ରାମର  ସ୍ବର୍ଗତ ଭିକାରି ଚରଣ ଯେନାଙ୍କ ବଡ଼ ପୁଅ ସରୋଜ କୁମାର ଯେନାଙ୍କ ସାନପୁଅର ବାହାଘର ରବିବାର ଥିବା ବେଳେ ସେ ବିଂଝାରପୁର ଥାନା ଅଧିନ  ଚକ୍ରଧରପୁର ଗ୍ରାମରେ ବିବାହ କରିଥିଲେ | ରବିବାର ସନ୍ଧ୍ୟାରେ ବର ଡିଜେ, ବ୍ରାସ ଓ ଘୁମୁରା ବାଜା ସହ ରଥ ଗାଡ଼ିରେ ବର ଯିବା ପାଇଁ ବର ଘର ପକ୍ଷରୁ ଆୟୋଜନ କରାଯାଇ ଥିଲା |  ବର ପ୍ରସେସନ କରି ବାହାରିବା ପୂର୍ବରୁ  ଦୁବକଣ ଗ୍ରାମର ସଞ୍ଜୟ ଯେନାଙ୍କ ୧୨ ବର୍ଷର ଝିଅ ରଥ ଗାଡି ନିକଟକୁ ଯାଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ନାବାଳିକା ଜଣକୁ ରଥ ଗାଡିର ଡ୍ରାଇଭର ଅସଦାଚରଣ କରିଥିଲେ  | ନାବାଳିକା ଜଣକ ଭୟରେ ଘଟଣା ସମ୍ପର୍କରେ କାହାରିକୁ କିଛି କହିନଥିଲା | ସେହିପରି ବରଯାତ୍ରୀ ମାନେ କନ୍ୟା ଘର ବିଂଝାରପୁର ଥାନା ଅଧିନ ଚକ୍ରଧରପୁର ଗାଁରେ ପହଞ୍ଚିବା ପରେ ସେଠାରେ କନ୍ୟା ଘର ପକ୍ଷରୁ ବର ଯାତ୍ରୀ ମାନଙ୍କୁ ଟିଫିନ ଖାଇବା ପାଇଁ ଦିଆଯାଇ ଥିଲା | ଟିଫିନ ଖାଇବା ସମୟରେ ରଥ ଗାଡିର ଡ୍ରାଇଭର ଓ ବାହା ହେବା ପାଇଁ ଯାଇଥିବା ବରର ବଡ଼ ଭାଇ ତଥା ସରୋଜ ଯେନାଙ୍କ ବଡ଼ ପୁଅ ଅଭିନାଶ ଯେନା (ଭଜ ) ଦୁହେଁ ମିଶି ନାବାଳିକା ଜଣଙ୍କୁ କୁଣ୍ଢେଇ ଧରିବା ସହ ନାବାଳିକା ଜଣକ ସହ ଅସଦାଚରଣ କରୁଥିବା ସମୟରେ ନାବାଳିକାର ମା ସଞ୍ଜନା ଯେନା  ଦେଖିବା ସହ ସଞ୍ଜନା ତାର ସ୍ୱାମୀ ଓ ଦିଅରକୂ ଡାକିଥିଲେ  | ଏହି ଘଟଣା ସମ୍ପର୍କରେ ଡ୍ରାଇଭରକୂ ପଚାରିବାରୁ ମୋର ୨ ଦେଢଶୁର  ମୋର ସ୍ୱାମୀ ଓ ମୋର ଦିଅରକୁ ଗାଳି ଗୁଲଜ କରିଥିଲେ | ମୋର ସ୍ୱାମୀ ସଞ୍ଜୟ ଯେନା ଓ ଦିଅର ସୋମ୍ୟରଞ୍ଜନ ଯେନା  କାହିଁକି ଏମିତି ଗାଳି ଗୁଲଜ କରୁଛ ବୋଲି ଦେଢ଼ଶୁର ଦୁହିଁଙ୍କୁ ପଚାରିବାରୁ ମୋର ୨ ଦେଢ଼ଶୁର  ସରୋଜ କୁମାର ଯେନା ଓ  ଅଜୟ କୁମାର ଯେନା ଦୁହେଁ ମିଶି ମୋର ସ୍ୱାମୀ ସଞ୍ଜୟ ଓ ଦିଅର ସୋମ୍ୟ ରଞ୍ଜନକୁ ଟାଣି ଘୋଷାରି ମାଡ଼ ମାରିବା ସହ ଏକଥା କଉଠି କହିଲେ  ତୁମକୁ ଜୀବନରୁ ମାରିଦେବୁ ବୋଲି କହିଥିଲେ  ବୋଲି ନାବାଳିକାର ମା ସଞ୍ଜନା ଯେନା ଅଭିଯୋଗ କରିବା ସହ ଏଥିନେଇ ସଞ୍ଜନା ଆଜି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି  | ତେବେ ଏଭଳି ଏକ ସମ୍ବେଦନ ଶିଳ ଘଟଣାଟିକୁ ମଙ୍ଗଳପୁର ପୋଲିସ ଗୁରୁତର ଭାବେ ନେବା ସହ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Related Posts

About The Author

Add Comment