ବମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡିର ନୂତନ କମିଟି ଘୋଷଣା

Spread the love
  •  
  •  
  •  
  •  
  •  

ମୟୂରଭଂଜ, ୦୫/୦୧/୨୧ (ସନ୍ଧାନ ନିଉଜ) : ବିଜୁ ଛାତ୍ର ଜନତାଦଳ ମୟୂରଭଂଜ ନୂତନ ଜିଲ୍ଲା କମିଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟ ସାଂଗଠନିକ ସଂପାଦକ ତଥା ମୟୂରଭଂଜ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ସାଧାରଣ ସଂପାଦକ ଓ ଛାତ୍ର ବ୍ୟେପାର ଦାୟିତ୍ୱରେ ଥିବା •ନ୍ଦବାଲି ବିଧାୟକ ଶ୍ରୀଯୁକ୍ତ ବ୍ୟୋମକେଶ ରାୟଙ୍କ ଅନୁମୋଦନ କ୍ରମେ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବିର ରଞ୍ଜନ ତ୍ରିପାଠୀଙ୍କ ସ୍ୱାକ୍ଷର କ୍ରମେ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ପ୍ରକାଶିତ ହୋଇଅଛି । ଉକ୍ତ କମିଟିରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ କୁମାର ନାୟକଙ୍କ ନେତୃତ୍ୱରେ ଉପସଭାପତି ଭାବେ ଅମିତ କୁମାର ବୈଠା, ଅନନ୍ତ କୁମାର ମହାନ୍ତି, ମାନଗୋବିନ୍ଦ ପାଣିଗ୍ରାହୀ, ସଂଜୟ କୁମାର ବେହରା, ରବୀନ୍ଦ୍ର କୁମାର ମହାନ୍ତି, ଦୀପକ ମଢୁଆଳ, ଦେବଜିତ ପଟ୍ଟନାୟକ, ଅକ୍ଷୟ ସିଂ, ଶୁଭଜିତ୍ ପାଣି, ହର୍ଷବର୍ଦ୍ଦନ ମୁଦୁଲି ଓ ସାଧାରଣ ସଂପାଦକ ଭାବେ ତରୁଣ କୁମାର ନାୟକ, ତରୁଣ ସିଂ, ସୌରଭ ପରିଡା, ରନିତ୍ କୁମାର ବିଶ୍ୱାଳ, ଦୁର୍ଗା ପ୍ରସାଦ ମହାନ୍ତ, ମିସ୍ ସୁଦେଶା ମହାନ୍ତ, କାନନ କୁମାର ମିଶ୍ର, ବିକାଶ ରଂଜନ ବାରିକ, ପଂକଜ କୁମାର ବେହେରା ଓ ଭବାନୀ ଧଡା ଓ ସମ୍ପାଦକ ଭାବେ ଦେବରଞ୍ଜନ ମହାନ୍ତ, ଅମର ପଂଝା, ବିଶ୍ୱରଞ୍ଜନ ମହାନ୍ତ, ଅଭିଶେକ ମହାପାତ୍ର, ମହମ୍ମଦ ମାସୁଦ୍ ଆଂସାରି, ଦୀପକ ନାୟକ, ତନମୟ ମହାନ୍ତି, ରଂଜନ କୁମାର ବେହେରା, ଆଶିଷ ମହାପାତ୍ର, ରଜତ ନାୟକ, ସୌମ୍ୟରଞ୍ଜନ ମହାନ୍ତ, କାର୍ତିକ ସିଂ, ସଞ୍ଜିବ ପରିଡା, ମିସ୍ ଅର୍ଚ୍ଚନା ଉପାଧ୍ୟାୟ, ସଂଜୀବ ପୁର୍ତି, ପ୍ରକାଶ ପାତ୍ର, ସୁସାନ୍ତ ଦାସ, ବିଶ୍ୱଜିତ୍ ସାହା, ବର୍ଷାରାଣୀ ପାତ୍ର, ରାହୁଲ ରାମ ଓ ସୋସିଆଲ ମିଡିଆ କୋ-ଅର୍ଡନେଟର୍ ରୂପେ ରିଙ୍କୁ ଦାସ ଓ ଦିଲିପ ଚୌଧୁରୀଙ୍କୁ ମନନିତ କରାଯାଇଛି । ସେହିପରି କୁଳିଅଣା ବ୍ଲକ ସଭାପତି ଭାବେ ସୁଭେନ୍ଦୁ ବାସୁରି, ଶାମାଖୁଣ୍ଟା ବ୍ଲକ ହରିଶଙ୍କର ମହାନ୍ତ, ବାଙ୍ଗିରିପୋଷିବ୍ଲକ ଦୀପକ କୁମାର ଦତ, ଖୁଣ୍ଟା ବ୍ଲକ ମନଜ ସାହୁ, ବାରିପଦା ବ୍ଲକ ଭିସ୍ମ ମହାନ୍ତ, ବଡସାହି ବ୍ଲକ କାର୍ତୀକ ସାମଲ, ବେତନଟି ବ୍ଲକ ମନିସ୍ କୁମାର ଗିରି, ଉଦଳା ବ୍ଲକ ଶୈଳେଶ ବିଶ୍ୱାଳ, କପ୍ତିପଦା ବ୍ଲକ ଆଶିଷ କୁମାର ଦାସ, ଗୋପବନ୍ଧୁ ବ୍ଲକ ଦିଲ୍ଲୀପ କୁମାର ମହାପାତ୍ର, ମୋରଡା ବ୍ଲକ ରଂଜନ ମହାନ୍ତ, ଶୁଳିଆପଦା ବ୍ଲକ ହରିଶଙ୍କର ବାରିକ, ରାସଗୋବିନ୍ଦପୁର ବ୍ଲକ ଆଶିଷ ମହାନ୍ତ, ବାରିପଦା ଟାଉନ ସଭାପତି ଭାବେ କାମିନିକାନ୍ତ ପରିଡା ଓ ଉଦଳା ଟାଉନ ସଭାପତି ଭାବେ ଜଗନ୍ ନାୟକ ନାମ ଘୋଷଣା କରାଯାଇଅଛି, ଏବଂ ବାରିପଦା ଟାଉନ କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ବେହେରା । ଉଦଳା ଟାଉନ କାର୍ଯ୍ୟକାରୀ ସଭାପତି ସହେବ୍ ଅହମଦ୍ ଓ ଶୁଳିଆପଦା ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ବିଜୟ ମାର୍ଣ୍ଡିଙ୍କୁ ମନୋନିତ କରାଯାଇଅଛି ।

 

Related Posts

About The Author

Add Comment