ବନ୍ଧରେ ଗାଧୋଇବା ବେଳେ ୩ବର୍ଷର ଶିଶୁର ମୃତ୍ୟୁ

Spread the love

ବାଲିଗୁଡା,୦୯/୦୫(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ମାଦାଗୁଡା ର ଦୁରିଙ୍ଗିପଡି ସାହି ର ତିନି ଜଣ ଶିଶୁ ଅପରାହ୍ନରେ ପଞ୍ଚାୟତ ନିକଟରେ ଥିବା ଏକ ବନ୍ଧରେ ଗାଧୋଇବା ବେଳେ ପାଣିରେ ଦଶବନ୍ତ ମହାନନ୍ଦ ନାମକ ୩ ବର୍ଷର ଶିଶୁଟି ବୁଡ଼ିଯାଇଥିଲା, ହେଲେ ପରିବାର ଲୋକ ଖୋଜା ଖୋଜି କରିବା ପରେ ବନ୍ଧ ରୁ ଭାସମାନ ଅବସ୍ଥା ରେ ଶିଶୁଟିର ମୃତ ଶରୀର ଠାବ କରିଥିଲେ ଏବଂ ତାକୁ ଗ୍ରାମବାସୀ ମାନଙ୍କ ସାହାଯ୍ୟ ରେ ଉଦ୍ଧାର କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ଓ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ, ଫଳରେ ଶନିବାର  ରାତି ରେ ମୃତ ଶିଶୁଟିର ଶବ ବ୍ୟବଛେଦ ହୋଇପାରି ନ ଥିଲା l ସ୍ଥାନୀୟ କିଛି ଯୁବକ ସହ ପରିବାର ଲୋକ ରାତି ତମାମ ଡାକ୍ତରଖାନା ପରିସରରେ ଅପେକ୍ଷା କରିବା ପରେ  ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ କର୍ମଚାରୀ ଙ୍କୁ ଆଣିବା ରେ କୌଣସି ସରକାରୀ ସହାୟତା ନ ମିଳିବାରୁ ଶବବ୍ୟବଚ୍ଛେଦ କାରି ବ୍ୟକ୍ତି ଙ୍କୁ ଆଣିବାପାଇଁ ମାଦାଗୁଡା ର ଯୁବକ ଯାଇ ବାଲିଗୁଡା ରୁ ବାଇକ ରେ ଆଣିଲେ ଓ ଏହାପରେ ବି ଶବ ନେବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ସାତ କିଲୋମିଟର ସ୍ଥାନୀୟ ଯୁବକ ବାଇକ ରେ ଶବ କୁ ନେଇ ଗ୍ରାମକୁ ଫେରିଥିଲେ | ଶବ ଗ୍ରାମ ରେ ପହଁଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |

Related Posts

About The Author

Add Comment