ବନ୍ଦ ହେଲା ନାବାଳିକା ବିବାହ

ଗଡ଼ମଧୁପୁର ୧୮/୨/୨୦ (ସନ୍ଧାନ ନିଉଜ): ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତ ।ନ୍ତର୍ଗତ ତୋଟାକଣ ଗାଁର ଜନୈକା ନାବାଳିକାର ନିକଟସ୍ଥ ଶିବ ମନ୍ଦୀରରେ ବିଭାଘର ପ୍ରସ୍ତୁତି ସରିଥିଲା । ଏହି ବାହାଘର ପାଇଁ ପରିବାରର ସମ୍ମତି ଥିବା ଜଣାଯାଇଥିଲା । ତେବେ କୌଣସି ସୁତ୍ରରୁ ଜିଲା ଶିଶୁ ସୁରକ୍ଷା ୟୁନିଟ ଖବର ପାଇ ସେଠାରେ ପହଞ୍ଚô ନାବାଳିକାର ପରିବାରକୁ ବୁଝାସୁଝା କରିବା ସହିତ ଏ ବାହାଘର ନକରିବାକୁ ପରାମର୍ଶ ଦେଇଥିଲେ । ନାବାଳିକା ଜଣକର ବାହାଘର କାଏମା ଅଂଚଳର ଜଣେ ଯୁବକଙ୍କ ସହିତ ଗତକାଲି ବିଭାହ ହେବାର ଥିଲା । କିନ୍ତୁ ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ତପନକୁମାର ପଣ୍ଡା,ସିଡିପିଓ ସଂଯୁକ୍ତା ସାହୁ, ସବିତା ସେଠି, ଏବଂ ଜେନାପୁର ଥନା ଏ ଏସ ଆଇ ସଂଯୁକ୍ତା ବେହେରା ପ୍ରମୁଖ ନାବାଳିକାର ନିଜ ଘରେ ପହଞ୍ଚô ନାବାଳିକାର ବାହାଘର ବନ୍ଦ କରି ତାକୁ ଶଶୁ ସୁରକ୍ଷା କମିଟିରେ ହାଜର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ସେଠାରେ ନାବାଳିକାର ପାଠପ ଢ଼ା ସହିତ ତାର ସମସ୍ତ ଦାୟିତ୍ୱ ଶିଶୁ ସୁରକ୍ଷା ବିଭାଗ ବୁଝିବ ବୋଲି ସେମାନେ କହିଛନ୍ତି ।

Related Posts

About The Author

Add Comment