ବନ୍ଦଥିବା ଶିଳ୍ପାନୁଷ୍ଠାନ ପୁଣି ଥରେ ଖୋଲିବାକୁ ଦାବି

Spread the love

ବାରିପଦା,୨୩/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ପଡିଥିବା ଶିଜାନୁଷ୍ଠାନ ପୁଣି ଥରେ ଖୋଲିବା ପାଇଁ । ମୟୁରଭଞ୍ଜି ମୁକ୍ତି ମୋର୍ଚ୍ଚା ସଙ୍ଗଠନ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି । ଏନେଇ ସଙ୍ଗଠନର ଜିଲ୍ଲା ଉପସଭାପତି ଚନ୍ଦନ ସିଂଙ୍କ ନେତୃତ୍ଵରେ ସଙ୍ଗଠନର କର୍ମକର୍ତ୍ତାମାନେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛି । ରାଜ୍ୟର ସର୍ବବୃହତ୍ତମ ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୁରଭଞ୍ଜ ପରିଗଣିତ ହେଉଥିବାବେଳେ ଏହା ଏବେ ଶିଳ୍ପବିହୀନ ଜିଲ୍ଲାରେ ପରିଣତ ହେବାକୁ ବସିଛି ବୋଲି ଅଭିଯୋଗ କରିଛି । ଫଳରେ ଜିଲ୍ଲାରେ ବେକାରୀ ଓ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗୁଛି । ମହାମାରୀ କରୋନା ପାଇଁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ ଘର ବାହୁଡା ହୋଇଥିବାରୁ ଏବେ ଏହା ଉତ୍କଟ ସମସ୍ୟାରେ ପରିଣତ ହେବାକୁ ବସିଛି । ତେଣୁ ଜିଲ୍ଲାରେ ବନ୍ଦ ପଡ଼ିଥିବା ନିକୋ ଫେକ୍ଟ୍ରି,ସ୍ପିନଂ ମିଲ ସଜ ଆଇରନ, ଶାଳ ମଞ୍ଜି କାରଖାନା ଆଦି ଛୋଟବଡ ଶିଳ୍ପାନୁଷ୍ଠାନଗୁଡିକୁ ଖୋଲିବା ପାଇଁ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି । ଏହି କଳକାରଖାନାଗୁଡିକ ଖୋଲିଲେ ଜିଲ୍ଲାରେ ବେକାର ହୋଇ ବସିରହିଥିବା ଯୁବକ ଓ ଯୁବତୀମାନେ ରୋଜଗାର କ୍ଷମ ହୋଇ ପାରିବେ । ଏଥି ସହିତ ଶିକ୍ଷିତ ଯୁବକ ଓ ଯୁବତୀମାନେ ମଧ୍ୟ ଚାକିରି ପାଇବେ ବୋଲି ଶ୍ରୀ ସିଂ କହିଛନ୍ତି । ଦାବିପତ୍ର ଦେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ବାରିପଦା ସବଡିଭିଜନ ଉପସଭାପତି ବିରାମ ମୁର୍ମୁ, ସମ୍ପାଦକ ବୈଦନାଥ ମୁର୍ମୁ, ଝାଡେଶ୍ଵର ସିଂ, କାହା ସଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment