ବଡ଼ଚଣା ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଉଦ୍‌ଘାଟିତ: 

Spread the love
ଯାଜପୁର : ୨୧/୮/୨୬ (ସନ୍ଧାନ ନ୍ୟୁଜ)ବଡ଼ଚଣା ବ୍ଲକ୍ ସ୍ତରୀୟ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଶିବିର (୨୦୨୬-୨୭)ର ପ୍ରଥମ ପର୍ଯ୍ୟାୟ ବୁଧବାର ଦିନ ଖଇରା ସ୍ଥିତ ‘ପିଏମ ଶ୍ରୀ ବଡ଼ଚଣା ଉଚ୍ଚ ବିଦ୍ୟାଳୟ’ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବଡ଼ଚଣା ମାନ୍ୟବର ବିଧାୟକ ଶ୍ରୀ ଅମର କୁମାର ନାୟକ ଉଦଘାଟନ କରିଥିଲେ।ସ୍ଥାନୀୟ ବ୍ଲକ୍ ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଡାକ୍ତରୀ ଦଳ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କୁ ସେବା ଯୋଗାଇ ଦେଇଥିଲେ। ଏହି ସାମର୍ଥ୍ୟ ଶିବିରରେ ବ୍ଲକ୍‌ର ବିଭିନ୍ନ ଗ୍ରାମପଞ୍ଚାୟତରୁ ମୋଟ ୨୦୫ ଜଣ ଭିନ୍ନକ୍ଷମ ହିତାଧିକାରୀ ନିଜ ନିଜର ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରେ ୯୮ ଜଣ ଅସ୍ଥିଶଲ୍ୟ (OH), ୩୨ ଜଣ ଶ୍ରବଣବାଧିତ (HI), ୩୫ ଜଣ ମାନସିକ ଆଘାତ/ମସ୍ତିଷ୍କ ପକ୍ଷାଘାତ (MR/CP), ୨୫ ଜଣ ଦୃଷ୍ଟିବାଧିତ (VI) ଏବଂ ୧୫ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ସାମିଲ ଥିଲେ। ଶିବିରରେ ଉପସ୍ଥିତ ଡାକ୍ତରୀ ଦଳଙ୍କ ଦ୍ୱାରା ୧୫୬ ଜଣ ହିତାଧିକାରୀଙ୍କର ପରୀକ୍ଷାନିରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ୮୫ ଜଣ ଅସ୍ଥିଶଲ୍ୟ, ୨୮ ଜଣ ମାନସିକ ଆଘାତପ୍ରାପ୍ତ, ୧୮ ଜଣ ଦୃଷ୍ଟିବାଧିତ, ୧୩ ଜଣ ଶ୍ରବଣବାଧିତ ଓ ୧୨ ଜଣ ବହୁବିଧ ଭିନ୍ନକ୍ଷମ ହିତାଧିକାରୀ ରହିଛନ୍ତି। ଏହା ସହିତ ହିତାଧିକାରୀମାନଙ୍କୁ ସହାୟକ ଉପକରଣ ଓ ବିଭିନ୍ନ ସରକାରୀ ଯୋଜନାର ସହାୟତା ସହ ଯୋଡ଼ାଯାଇଥିଲା। ଶିବିରରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ (ପ୍ରୋସ୍ଥେସିସ୍) ପ୍ରଦାନ କରାଯାଇଥିବା ବେଳେ ୬ ଜଣଙ୍କୁ ଯାତ୍ରା ରିହାତି (ବସ୍ ଓ ଟ୍ରେନ୍ ପାସ୍), ୪ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଏବଂ ୬ ଜଣଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଡି.ଆର୍.ଆଇ. (DRI) ଋଣ ସହାୟତା ପାଇଁ ଚୟନ କରାଯାଇଛି। ବଡ଼ଚଣା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ (BDO) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନକଲ୍ୟାଣକାରୀ ଶିବିରକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବଡ଼ଚଣା ଶ୍ରୀ ଅମର କୁମାର ନାୟକ, ଉପ ସଭାପତି, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଦସ୍ୟ,ଯତୀନ୍ଦ୍ର ନାୟକ, ଅରବିନ୍ଦ ସାମଲ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଡ଼ଚଣା ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଖଇରା ସରପଞ୍ଚ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ।ମେଡିସିନ ବିଶେଷଜ୍ଞ ଡାକ୍ତର ଜୟଦେବ ନନ୍ଦ, ସାଇକାଟ୍ରି ବିଶେଷଜ୍ଞ ଡାକ୍ତର ବିଦ୍ୟା ମହାରଣା, ଅର୍ଥପେଡିକ ବିଶେଷଜ୍ଞ ଡାକ୍ତର ଗୌରାଙ୍ଗ ନନ୍ଦୀ, ଇ.ଏନ୍. ଟି ବିଭାଗ ଡାକ୍ତର ଦେବବ୍ରତ ପୃଷ୍ଟି, ଚକ୍ଷୁ ବିଭାଗ ଡାକ୍ତର ସ୍ନେହାଶିଷ ଦୀକ୍ଷିତ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିଥିଲେ।

Related Posts

About The Author

Add Comment