ବଡଚଣା କଂଗ୍ରେସର ସଜାଡିବା କାର୍ଯ୍ୟ ଆରମ୍ଭ, ୧୭ନମ୍ବର ଜୋନରେ ସିତାକାନ୍ତଙ୍କ ବୈଠକ

Spread the love
  • 13
    Shares

ବଡଚଣା,୨୬/୬ (ସନ୍ଧାନ ନିୟୁଜ/ମାନସ ରାଉତ):-ବଡଚଣା କଂଗ୍ରେସର ଜୋନସ୍ତରୀୟ ବୈଠକ ବଡଚଣା ପଞ୍ଚାୟତର ମା’ ନାହାକାଣୀ ପୀଠରେ ପୂର୍ବତନ ସରପଞ୍ଚ ନିଳକଣ୍ଠ ମିଶ୍ର ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୭ନମ୍ବର ଜୋନରୁ ବହୁ କଂଗ୍ରେସ କର୍ମୀ ଏକଜୁଟ ହୋଇ ଆଗମୀ ଦିନରେ ବଡଚଣାରେ କଂଗ୍ରେସକୁ ପ୍ରତି ଜୋନ ଏବଂ ପଂଚାୟତରେ ମଜବୁତ୍ କରିବା ପାଇଁ ବିଭିନ୍ନ କର୍ମୀ ଏବଂ ପୂର୍ବତନ ନେତା ମାନେ ମତ ଦେଇଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଯୋଗଦେଇ ଆଗାମୀ ଦିନମାନଙ୍କରେ ପ୍ରତ୍ୟକ ଗ୍ରାମରେ କଂଗ୍ରେସ ପକ୍ଷରୁ ଜନସଚେତନତା କରାଯିବା ସହିତ ପୁରୁଣା କର୍ମୀ ମାନଙ୍କୁ ମଧ୍ୟ ଏକାଠି କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

କଂଗ୍ରେସର ହାତ ମୁଠାକୁ ଟାଣ କରିବା ସହିତ ଗ୍ରାମରୁ କର୍ମୀ ମାନଙ୍କୁ ଏକାଠି କରି କଂଗ୍ରେସର ସ୍ଥିତିକୁ ସଦୃଢ଼ କରିବା ଉପରେ ସମସ୍ତ କର୍ମୀ ମାନେ ବିଭିନ୍ନ ମତ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ସମିତିସଭ୍ୟ ସୁରେଶ ସାହାଣୀ ଓ ଯୁବନେତା ଚର୍ଚ୍ଚିତ ମହାଲା ଯୋଗଦେଇ ଉପସ୍ଥିତ କର୍ମୀ ମାନଙ୍କୁ ଶୁଙ୍ଖଳିତ ଭାବରେ କଂଗ୍ରେସ ପାଇଁ କାର୍ଯ୍ୟଧାରା ଜାରି ରଖିବାକୁ କହିଥିଲେ । ଏପରକି ପ୍ରତ୍ୟକ ଗ୍ରାମରେ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇ କଂଗ୍ରେସର ଶକ୍ତି ବୃଦ୍ଧି କରିବା ଉପରେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାସିକ୍ ଅଲ୍ଲୀ ଖାଁ,ନଳିନୀକାନ୍ତ ଜେନା,ବୈକୁଣ୍ଠ ବିହାରୀ ସାମନ୍ତରାୟ, ପିତାମ୍ବର ତରାଇ, ଉମାକାନ୍ତ ସ୍ୱାଇଁ, ଦିବାକର ପ୍ରଧାନ, ଦୟାନିଧି ପୃଷ୍ଟି, ନିରଂଜନ ସାମଲ, ନୃସିଂହ ମହାନ୍ତି, ପୁରୁଷୋତ୍ତମ ସ୍ୱାଇଁ, ବୈକୁଣ୍ଠ ସାମଲ, ଉମେଶ ଚନ୍ଦ୍ର ଜେନା, ଅନନ୍ତ କିଶୋର ବରାଳ, ବାସୁଦେବ ବିଶ୍ୱାଳ, ତ୍ରିଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇ ଆଗମୀ ଦିନରେ କଂଗ୍ରେସକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ନିଜର ମତାମତ ଦେଇଥିଲେ । ଶେଷରେ ପ୍ରଦୀପ୍ତ ପ୍ରଧାନ ଧନ୍ୟବାଦ ଅପର୍ଣ କରିଥିଲେ ।

  • 13
    Shares

Related Posts

About The Author

Add Comment