ଯାଜପୁର (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ଯାଜପୁର ଏସପି ଚରଣସିଂ ମିନାଙ୍କ ନିଦେ୍ର୍ଦଶକ୍ରମେ ବୁଧବାର ରାତିରେ ବଡଚଣା ଏବଂ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଗାଡି ଯାଞ୍ଚ କରାଯାଇ ମୋଟ ୬୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତିଆ ବଟତଳ ବଜାରରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ବାଇକ ଓ ଚାରିଚିକିଆ ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା । ବିନା ହେଲମେଟ ଓ ସିଟ ବେଲ୍ଟ ନପିନ୍ଧି ଗାଡି ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ଏହି ସମୟ ମଧ୍ୟରେ ୧୫ଟି ବାଇକ ଚାଳକ ବିନା ହେଲମେଟରେ ବାଇକ ଚଳାଉଥିବାରୁ ସେମାନଙ୍କ ଠାରୁ ଜରିମାନା ଏବଂ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିବା ୫ଟି ଗାଡି ଠାରୁ ଜରିମାନା ବାବଦରେ ମୋଟ ୨୫୦୦ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ଭାବେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ୬୪ଟି ଗାଡି ଓ ୨୫ଟି ବାଇକକୁ ଯାଞ୍ଚ କରାଯାଇ ମୋଟ ୩୭୦୦ ଟଙ୍କା ଆଦାୟ କରାଯାଇଥିଲା । ଏହାଦ୍ୱାରା ଜାତୀୟ ରାଜପଥରେ ଚାରିଚକିଆ ଯାନ ଓ ବାଇକ ଚାଳକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି ହୋଇପାରିବେ ବୋଲି ପୁଲିସ ପ୍ରକାଶ କରିଛି ।
ତାଜା ଖବର
- ରକ୍ତ ମୁଖା ୫୩ ନମ୍ୱର୍ ଜାତୀୟ ରାଜପଥରେ ପୁଣି ଗଡିଲା ମୁଣ୍ଡ,ଦୁର୍ଘଟଣାରେ ଯୁବକ ମୃତ
- ଧର୍ମଶାଳାରେ ଦ୍ୱିତୀୟ ବ୍ଲକ ଗଠନ ପାଇଁ ତୃତୀୟ ବୈଠକ ଶେଷ,
- ବେଆଇନ ଖଣି ରୁ କମ୍ପ୍ରେସର ଜବତ, ୨ ଗିରଫ,
- ବାଇକ୍ କୁ ଧକ୍କା ଦେଲା ବାଇକ୍ ଜଣେ ମୃତ ଦୁଇ ଗୁରୁତର,
- ସୁନ୍ଦରଗଡ ଜିଲ୍ଲାରେ ବର୍ଦ୍ଧିତ ଭତ୍ତାର ଶୁଭାରମ୍ଭ କଲେ ମାନ୍ୟବର ଉପବାଚସ୍ପତି
- ସାରା ରାଜ୍ୟରେ ସଡ଼କ ସପ୍ତାହ ପାଳନରେ କୋଇଲା ଓ ଆସ ବୋଝେଇ ଟ୍ରକ ଓ ଟ୍ରଲର ପାଇଁ ଯାଇଛି ଜୀବନ
- ଏଣ୍ଡଳବା ପଞ୍ଚାୟତ ରେ ଖୋଲିଲା ଧାନମଣ୍ଡୀ।
- ଆଜିଠୁ ସମ୍ବଲପୁରୀ ଧନୁଯାତ୍ରା, ୧୯ରେ କଂସ ଵଧ
- ୫୩ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣାରେ ମହିଳା ମୃତ,ଜଣେ ଆହତ ।
- କୁଲୁଣ୍ଡି ଟାଇଟନିକ କପ୍ କ୍ରିକେଟ ଫାଇନାଲରେ ଦେଦରନୂଆପାଲି ଉପବିଜେତା ପରମାଣପୁର ବିଜେତା