ଯାଜପୁର (ସନ୍ଧାନ ନିୟୁଜ୍/ସନ୍ତୋଷ ରାଉତ): ଯାଜପୁର ଏସପି ଚରଣସିଂ ମିନାଙ୍କ ନିଦେ୍ର୍ଦଶକ୍ରମେ ବୁଧବାର ରାତିରେ ବଡଚଣା ଏବଂ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଗାଡି ଯାଞ୍ଚ କରାଯାଇ ମୋଟ ୬୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତିଆ ବଟତଳ ବଜାରରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ବାଇକ ଓ ଚାରିଚିକିଆ ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା । ବିନା ହେଲମେଟ ଓ ସିଟ ବେଲ୍ଟ ନପିନ୍ଧି ଗାଡି ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ଏହି ସମୟ ମଧ୍ୟରେ ୧୫ଟି ବାଇକ ଚାଳକ ବିନା ହେଲମେଟରେ ବାଇକ ଚଳାଉଥିବାରୁ ସେମାନଙ୍କ ଠାରୁ ଜରିମାନା ଏବଂ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିବା ୫ଟି ଗାଡି ଠାରୁ ଜରିମାନା ବାବଦରେ ମୋଟ ୨୫୦୦ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ଭାବେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ୬୪ଟି ଗାଡି ଓ ୨୫ଟି ବାଇକକୁ ଯାଞ୍ଚ କରାଯାଇ ମୋଟ ୩୭୦୦ ଟଙ୍କା ଆଦାୟ କରାଯାଇଥିଲା । ଏହାଦ୍ୱାରା ଜାତୀୟ ରାଜପଥରେ ଚାରିଚକିଆ ଯାନ ଓ ବାଇକ ଚାଳକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି ହୋଇପାରିବେ ବୋଲି ପୁଲିସ ପ୍ରକାଶ କରିଛି ।
ତାଜା ଖବର
- ନିଶାସକ୍ତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସର ଅପବ୍ୟବହାର ଅଭିଯୋଗ
- ନୟା ନନ୍ଦ ପଞ୍ଚାୟତ ରେ ଜଗନ୍ନାଥଙ୍କ ରଥ ଯାତ୍ରା
- ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥ କୁ ଟାଣିଲେ ମହିଳା ଶ୍ରଦ୍ଧାଳୁ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଗ୍ରାମୀଣ ଅର୍ଥନୀତିର ବିକାଶ ଓ କୃଷକଙ୍କ ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ
- ଅନ୍ଧାର ରେ ବିତାଉଛନ୍ତି ବଘୀଆବେର୍ଣ୍ଣି (କରୁଆ ବାହାଲ )ଗ୍ରାମବାସି,ବିଦ୍ୟୁତ ଟ୍ରାସଫର୍ମା ଖରାପ
- ଯାଜପୁର ଜିଲ୍ଲାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ।
- ଅମଠି ବ୍ରିଜ୍ର ଦୁଇ ପାର୍ଶ୍ୱରେ ବ୍ୟାରିକେଡ୍ ନଥିବାରୁ ବଢ଼ୁଛି ଅସନ୍ତୋଷ
- ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ସମ୍ବର୍ଦ୍ଧିତ ।
- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯାଜପୁର ସଂସଦୀୟ କ୍ଷେତ୍ର ସଂପର୍କ ରେ ଆଲୋଚନା


