ରାଉରକେଲା, ୨୦/୦୩ (ସନ୍ଧାନ ନିୟୁଜ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଘଣ୍ଟିବୁଡ଼ ଗାଁରେ ଅଘଟଣ । ବଜ୍ରାଘାତ ଘଟି ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବଜ୍ରାଘାତରେ ଦୁଇ କେନ୍ଦୁପତ୍ର କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ।