ଫୋନି ତାଣ୍ଡବଲୀଳା କରିଥିବା ଅଂଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ:

Spread the love

   ଦେଶ  ଆଜି ଓଡିଶା ସହ ଛିଡା ହୋଇଛି
– ଓଡିଶାର ପୁନଃରୁଦ୍ଧାର ପାଇଁ ସମସ୍ତ ଆବଶ୍ୟକତା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି
– ଓଡିଶାର ଏପରି ସ୍ଥିତିରେ ସବୁ ଲୋକମାନେ ଏକାଠି ହୋଇ ପୁନଃରୁଦ୍ଧାର କାମରେ ଲାଗିବାର ଆବଶ୍ୟକତା ରହିଛି
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାର ସମୀକ୍ଷା କରିଛନ୍ତି
– ଗତ ଦୁଇଦିନ ଧରି ବାତ୍ୟା ବିଧ୍ୱସ୍ତ ବିଭିନ୍ନ ଅଂଚଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଲେ

ଭୁବନେଶ୍ୱର,୬/୫ (ସନ୍ଧାନ ନିୟୁଜ)– ମହାବାତ୍ୟା ଫୋନିର ପ୍ରଭାବରେ ପୁରୀ ସମେତ ଓଡିଶାର ୧୪ଟି ଜିଲାରେ ପ୍ରଳୟ ହୋଇଛି। ଏପରି ସ୍ଥିତିରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦରୁ ଓଡିଶାର ପୁନଃରୁଦ୍ଧାର କାମ ସଠିକ୍ ଭାବେ ହେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ଦୁଇଦିନ ଧରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀର ଶ୍ରୀମନ୍ଦିର ବୁଲି ଦେଖିବା ସହ ବାତ୍ୟା ବିଧ୍ୱସ୍ତ ବିଭିନ୍ନ ଅଂଚଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲି। ମନ୍ଦିରର ମୁଖଶାଳା ଜୟ-ବିଜୟଙ୍କ ମୂର୍ତି ଭାଙ୍ଗି ଯାଇଛି। ସବୁ ସାହି ବସ୍ତି ଠାରୁ ଆରମ୍ଭ କରି ସହରର ଆଖପାଖ ଅଂଚଳରେ ଫନି ତାର ତାଣ୍ଡବ କରିଛି। ବ୍ରହ୍ମଗିରି ଠାରୁ ଆରମ୍ଭ କରି କାକଟପୁର ଯାଏଁ ସବୁଠି ପ୍ରଳୟ ଦେଖିବାକୁ ମିଳିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାର ଏପରି ସ୍ଥିତିରେ ସବୁ ଲୋକମାନେ ଏକାଠି ହୋଇ ପୁନଃରୁଦ୍ଧାର କାମରେ ଲାଗିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ସମୀକ୍ଷା କରିଛନ୍ତି। ଦେଶ ଆଜି ଓଡିଶା ସହ ଛିଡା ହୋଇଛି। ଓଡିଶାର ପୁନଃରୁଦ୍ଧାର ପାଇଁ ସମସ୍ତ ଆବଶ୍ୟକତା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ମହାପ୍ରଭୁ ଜଗନ୍ନାଥ ଓଡିଆ ଜାତିଙ୍କୁ ସାହାସ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

odiapua

Related Posts

About The Author

Add Comment