ଯୋଡ଼ା,୨୩/୦୧ -କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ର ଆଜାଦ ବସ୍ତି ନିବାସୀ ଶ୍ରୀମତୀ ରେଣୁକା ବେହେରା ଓ ବାହାଦୁର ବେହେରା ଙ୍କ ଏକ ମାତ୍ର ପୁତ୍ର ଦେବାଶିଷ ବେହେରା ଙ୍କୁ ଗତକାଲି ଚମ୍ପୁଆ ର ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଯୋଡ଼ା ମହୋତ୍ସବ ର ଅନ୍ତିମ ଦିବସରେ ହଜାର ହଜାର ଲୋକ ଙ୍କ ଗହଣ ରେ ସମ୍ବର୍ଦ୍ଧିତ କରି ଥିବା ଦେଖିବାକୁ ମିଳିଥିଲା | ଦେବାଶିଷ ବେହେରା ଙ୍କ ବର୍ତମାନ ବୟସ ସତର ହୋଇ ଥିବା ବେଳେ,ସେ ଭୁବନେଶ୍ୱର ସ୍ଥିତ ଆକାଶ ଇନଷ୍ଟିଚିଉଟି ରେ ଯୁକ୍ତ ଦୁଇ ବିଜ୍ଞାନ ରେ ଦ୍ୱିତୀୟ ବର୍ଷ ରେ ଅଧ୍ୟୟନ କରୁଥିବା ଜଣା ପଡିଛି | ଦେବାଶିଷ ଙ୍କ ବାପା ଓ ମାଆ ଉଭୟେ ଯୋଡରେ ନିଜର ପାଥୋଲୋଜି ଦେକାନ କରି ରୋଗୀ ଙ୍କ ସେବା କରୁଥିବା ଜଣା ପଡିଛି | ଦେବାଶିଷ ପିଲାଟି ଦିନ ରୁ ସମାଜର ମଙ୍ଗଳ ପାଇଁ କିଛି ନୂଆ ଜିନିଷ କରି ଦେଖାଇବାର ପ୍ରଚେଷ୍ଟା କରୁଥିବା ତାଙ୍କ ସହପାଠୀ ଙ୍କ ଠାରୁ ସୂଚନା ମିଳିଛି | ଦେବାଶିଷ ନିଜ ପାଠ ସହିତ ନିଜ ବାପା ଙ୍କ ର ମୋବାଇଲ ଓ ଲ୍ୟାପଟପ ମାଧ୍ୟମରେ ପ୍ରତିଦିନ କିଛି ନୂଆ ନୂଆ ଜିନିଷ ଜାଣିବା ଓ ଶିଖିବା ପ୍ରତି ସମୟ ଦେଉଥିଲେ | ଶେଷରେ ଗତ 2022 ମସିହା ଫେବୃଆରୀ ମାସରେ ଦେବାଶିଷ ନିଜ ପ୍ରଚେଷ୍ଟା ରେ କମ୍ପୁଟର ରେ ଫିଜବି ନାମକ ଏକ ଆପ ତିଆରି କରି ସମସ୍ତ ଙ୍କର ନଜର କୁ ଆସିଥିଲେ |ଦେବାଶିଷ ଙ୍କ ବୟସ କମ ହୋଇଥିଲେ ମଧ୍ୟ ନିଜର ପ୍ର ଚେଷ୍ଟା ଓ ଅଧ୍ୟବସାୟ ବଳରେ କମ୍ପୁଟର ଓ ପ୍ରଯୁକ୍ତି ବିଦ୍ୟା ର ଗହନ ପାଠ କୁ ସେ ହାସଲ କରି ପାରିଥିଲେ | ଦେବାଶିଷ ଙ୍କ ଦ୍ୱାରା ନିର୍ମିତ ଫିଜବି ଆପ ଆଜି ବିଶ୍ୱର 176ଟି ଦେଶରେ ସେବା ଦେଇ ଆସୁଥିବା ବେଳେ ଏହାକୁ ଇଣ୍ଟେର୍ନେଟ କମ୍ପାନୀ ଗୂଗଲ ମଧ୍ୟ ସ୍ୱୀକୃତି ଦେଇ ଅଛି | ଫିଜବି ଆପ ମାଧ୍ୟମରେ ବର୍ତମାନ ଏକା ସାଙ୍ଗରେ 70ଜଣ ଲୋକ ଯୋଡି ହୋଇ ଆଲୋଚନା, କଥାବାର୍ତ୍ତା, କରି ପାରୁଥିବା ଜଣା ପଡିଛି |ଫିଜବି ଆପ କୁ ବିଶେଷ କରି ସ୍କୁଲ ପିଲାମାନେ ନିଜର ଅଧ୍ୟୟନ ରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି | ଏହି ଆପ ଗୂଗଲ ମିଟ ର ବିକଳ୍ପ,ଏହା ଗୂଗଲ ମିଟ ଆପ ଠାରୁ ସହଜ ଓ ସରଳ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି | ଯାହାବି ହେଉ କେନ୍ଦୁଝର ଜିଲ୍ଲା ଉପାନ୍ତ ଅଞ୍ଚଳ ଯୋଡ଼ା ର ଜଣେ କମ ବୟସ ର ବାଳକ ଦେବାଶିଷ ଏପରି ସଫଳତା ପାଇବା କମ କଥା ନୁହେଁ | ଦେବାଶିଷ ନିଜର ପ୍ରଚେଷ୍ଟା ଓ ପରିବାର ର ସହଯୋଗରେ ବିଶ୍ୱ ଦରବାର ରେ ନିଜ ନାମ ସହିତ ଯୋଡ଼ା ମାଟି ର ନା କୁ ଗୌରବାନିତ କରିପାରିଛନ୍ତି | ତେବେ ଦେବାଶିଷ ଙ୍କ ବିଚକ୍ଷଣ ପ୍ରତିଭା କୁ ଚି଼ହ୍ନଟ କରି ଯୋଡ଼ା ମହୋତ୍ସବ କମିଟି ତାଙ୍କୁ ଗତକାଲି ଚମ୍ପୁଆ ବିଧାୟିକା ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିଥିବା ବେଳେ, ନିଜେ ଦେବାଶିଷ ଓ ତାଙ୍କ ପରିବାର ଯୋଡ଼ା ମହୋତ୍ସବ କମିଟି ଓ ବିଧାୟିକା ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିବା ଜଣା ପଡିଛି |
ReplyForward
|