ବଡଚଣା, ୧୫/୧୦(ସନ୍ଧାନ ନିୟୁଜ/ଏ ସାହୁ) ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କର ୮୬ତମ ଜନ୍ମଜୟନ୍ତୀ ଉସôବ ବଡଚଣା ବ୍ଲକ ରାଣୀବନ୍ଧୀ ଗ୍ରାମରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ୨୦୦୩ ମେ ୧୫ତାରିଖରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ କଲାମ ଭୁଷଣ୍ଢପୁର ପଂଚାୟର ତିନୋଟି ଗ୍ରାମର ରାଣୀବନ୍ଦୀ, ଖଣ୍ଡିଆବନ୍ଦୀ ଓ ଅକବରାବାଦକୁ ଆସି ୨୦୦ରୁ ଉର୍ଧଗୃହ ଗରିବ ଆଦିବାସୀ ପରିବାରକୁ ବଂଟନ କରିଥିଲେ । ତାଙ୍କର ସ୍ମୃତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ତାଙ୍କ ଜୟନ୍ମୀ ଉସôବ ପାଳିତ ହୋଇଆସୁଛି । ଜୟନ୍ମୀ ଉସôବରେ ସଭାପତି ଆଶିଷ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଶିଶୁ ସାହିତି୍ୟକ ଭକ୍ତ ଚରଣ ସାହୁ ସଂଚାଳନ କରିଥିଲେ । ସମ୍ପାଦକ ଭାରତ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ ଯୋଗଦେଇ କଲାମଙ୍କ ଫଟୋଛିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ସଭାକୁ ଉଦଘାଟନ କରିଥିଲେ । ସ୍ୱର୍ଗତ କଲାମଙ୍କ ପାଦ ଏହି ଗ୍ରାମରେ ପଡିଥିବାରୁ ଗ୍ରାମଟି ଧନ୍ୟ ହୋଇଛି ବୋଲି ଭାବବିହ୍ୱଳ ଛଳରେ କହିଥିଲେ । କର୍ମ ଓ କର୍ତ୍ତବ୍ୟକୁ ସବୁବେଳେ କଲାମ ପ୍ରାଧାନ୍ୟ ଦେଉଥିଲେ ଓ ଆମ୍ଭେମାନେ ସମସ୍ତେ ଯିଏ ଯେଉଁ ସ୍ଥାନରେ ଥାଉନା କହିଁକି କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ।
ମୁଖ୍ୟ ବକ୍ତା ଭାବେ ସାହିତି୍ୟକ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ଏଭଳି ଏକ ପ୍ରୟାସର ଏଭଳି କାର୍ଯ୍ୟକୁ ପ୍ରଂଶସା କରିବାୁସହିତ ସ୍ୱର୍ଗତ କଲାମଙ୍କର ପରୋପକାର ଏବଂ ସଚ୍ଚୋଟପଣ ଗୁଣ ଉପରେ ଆଷଲାପକାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଭୂଷଣ୍ଢପୁର ସରପଂଚ ଯଯାତି କେଶରୀ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଭାକର ସାମଲ ଓ ସମାଜସେବୀ ମନୋରମା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କଲାମଙ୍କର ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ ।
ଉସôବରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ଚଣ୍ଡିଖୋଲ ଅଗ୍ନିଶମ ଅôଧକାରୀ ପ୍ରଭାକର ସାହୁ, ବୈଜ୍ଞାନିକ ବିପିନ ରାଉତରାୟ, ସମାଜସେବୀ ସଇଫୁଲା ଖାଁ, ସରପଂଚ ଯଯାତି କେଶରୀ ରାଉତ, ଶିକ୍ଷାବିତ ସୁଶ୍ରୀ କାମୀନି ନାୟକ , ବିପିନ ବିହାରୀ ସ୍ୱାଇଁ , ବନପାଳ ଶଶିକାନ୍ତ ବେହେରାଙ୍କୁ ଅତିଥି ମାନେ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଉପସ୍ଥିତ ଥିବା ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା, ପ୍ରଦୀପ୍ତ ପୃଷ୍ଟି, ଶିବରାମ ସାହୁ, ଅଭିମନୁ୍ୟ ଧଳ, ପ୍ରମୋଦ ଜେନା, ସୁରେନ୍ଦ୍ର ସାମଲ, ମୋହନ ଖିଲାର, ପ୍ରସନ୍ନ ବିଶ୍ୱାଳ, ସମରେନ୍ଦ୍ର ମହାଲା, ମହେଶ୍ୱର ରାଉତ, ଆଇନଜିବୀ ଉଦୟନାଥ ସାହୁ ଓ ଜଗନ୍ନାଥ ମୁଦୁଲି ପ୍ରମୁଖ କଲାମଙ୍କର ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ ।
ପ୍ରୟାସର ଉପସଭାପତି ଇତା ବିଶ୍ୱାଳ, ପ୍ରତାପ ଗୋଚ୍ଛାୟତ, କୋଷାଧ୍ୟକ୍ଷ ଅମୀୟ ମହାରଣା, ଭବତୋଷ ବିଶ୍ୱାଳ, ବସନ୍ତ ପଲେଇ, ସୁଶାନ୍ତ ନାୟକ, ଅନୀଲ ସାମନ୍ତରାୟ, ସୁକନ ସୁତାର, ସୁଦାମ ସାମଲ ଓ ଅଶୋକ ନାୟକ, ଅଜନ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଗବେଷକ ମାନସ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।