ପ୍ରେମ ଉଜାଡ଼ିଲା ଵଂଶ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୦୬ା୦୭ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ପଂଚାୟତର ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ(୨୪) ଡାକ ନାମ ରାଜା ଗତକାଲି ରାତି ୧୧ଟା ସମୟରେ ପବିତ୍ର ଘରେ ଶୋଇଥିବା ବେଳେ, ପରିବାର ଲୋକମାନେ ରାଜାକୁ ଦେଖିଥିଲେ । ଘର ପରିବାର ଲୋକମାନେ ଶୋଇ ପଡ଼ିବାରୁ ପବିତ୍ର କିଣିଥିବା ନୂଆ ବୁଲେଟ ଗାଡ଼ିରେ ପବିତ୍ର ଘରୁ କେଉଁ ଠାକୁ ଯାଇଥିଲା । ଯାହାକି ଆଜି ସକାଳ ୭ଟା ସମୟରେ ପବିତ୍ର ଘରୁକୁ ଜଣେ ଭଦ୍ରବ୍ୟକ୍ତି ଫୋନ କରିଥିଲେ । ପବିତ୍ରର ବାପା ଅଜୟ ସାମଲ ଠାକୁର ପୂଜା କରୁଥିବା ବେଳେ, ପବିତ୍ର କୋତପୁର ପଂଚାୟତ ନିକଟସ୍ଥ ଭଗବାନପୁର ନିକଟସ୍ଥ ବାଲିଚନ୍ଦ୍ରପୁର ଆରଡ଼ି ରାସ୍ତା କଡ଼ରେ ପବିତ୍ର ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପବିତ୍ର ମରି ପଡ଼ିଥିବା ଘଟଣାକୁ ପବିତ୍ରର ପରିବାରକୁ ନେଇ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଅରାବଳ ପଂଚାୟତର ବହୁ ଭଦ୍ୟବ୍ୟକ୍ତି ମୃତ ଶରୀର ନିକଟରେ ପହଁଞ୍ôଚଥିଲେ । ପବିତ୍ର ବାପା ଅଜୟ ସାମଲ ମୋ ପୁଅକୁ ମାରି ଦିଆଯାଇଚି ବୋଲି ଗଣମାଧ୍ୟମ ନିକଟରେ ଅଭିଯୋଗ କରିଥେôଲ । ଖବର ପାଇ ଧର୍ମଶାଳା ଥାନା ଆଇଆଇସି ତପନ କୁମାର ନାୟକ କୋତପୁର ଫାଣ୍ଡି ଷ୍ଟାପ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମୃତ ପବିତ୍ରଙ୍କ ନିକଟରେ ଏକ ଆଧାର କାର୍ଡ଼, ମୋବାଇଲ ଫୋନ, ପବିତ୍ରର ଡାହାଣ ଗୋଡ଼ରେ ଚପଲ ରହିଥିବା ଦେଖିବାକୁ ପାଇଥିଲେ । ଏବଂ ପବିତ୍ରର ମୃତ ଦେହର କିଛି ଦୂରରେ ତା ଗାଡ଼ିର ମିରର ପଡ଼ିଥିବା ଦେଖିବାକୁ ମିଳିଥିଲା । ଗାଡ଼ିର ଆଗ ଲାଇଟକୁ ପିଟା ଯାଇ ଭଙ୍ଗାଯାଇଥିଲା ଏବଂ ପବିତ୍ର ପିନ୍ଧିଥିବା ପ୍ୟାଣ୍ଟରେ ଇୟର କଡ଼ ରହିଥିବା ଦେଖିବାକୁ ମିଳିଚି । ଯାହାକି ଏହି ହତ୍ୟାକାଣ୍ଡ ସୁକଳ୍ପିତ ଭାବରେ କରାଯାଇଥିବା ଜଣାଯାଇଚି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପ୍ରତ୍ୟେକ୍ଷ ଦର୍ଶୀ ମାନେ କହୁଥିବା ବେଳେ, ପବିତ୍ରର ବାପା ଅଜୟ ସାମଲ ଝିଅର ପରିବାର ଲୋକ ମାରିଦେଇଥିବା ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡର ମୃତ ଶରୀର ନିକଟରେ ବୁଲେଟ ଗାଡ଼ିଟି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ରିପୋର୍ଟ ଲେଖା ହେଲା ବେଳକୁ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ଘଟଣା ସ୍ଥଳକୁ ଆସିନଥିବାରୁ ଉତ୍ତେଜନା ଦେଖାଦେଇଥିଲା । ଏନେଇ ବ୍ରହ୍ମବରଦା ଭଗବାନପୁର ବ୍ରିଜ ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଥିଲା । ବହୁ ବୁଝା ସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏହି ରାସ୍ତା ଦେଇ ବ୍ରହ୍ମବରଦାକୁ ଯିବା ଲାଗି ରାସ୍ତା ଅବରୋଧ ରହିଥିବାରୁ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏନେଇ ଆମ ଜିଲ୍ଲା ପ୍ରତିନିଧି ଧର୍ମଶାଳା ଆଇଆଇସି ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରିବା ସହିତ ଆସମୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ପୋଲିସ ନିକଟରେ ଦାବି କରିଥିଲେ । ଏହି ହତ୍ୟାକାଣ୍ଡରେ କେତେଜଣ ସମ୍ପୃକ୍ତ ରହିଛନ୍ତି ତାହା ତଦନ୍ତ କରାଗଲେ ଜଣାପଡ଼ିବ ପବ୍ରିର ମୃତ ଶରୀର ନିକଟରେ ଏକ ମହିଳାଙ୍କ ଡ୍ରେସ ପଡ଼ିଥିବା ଦେଖିବାକୁ ମିଳିଥିଲେ । ରିପୋର୍ଟ ଲେଖା ହେବା ବେଳକୁ ମୃତ ପବିତ୍ରର ପୋଷ୍ଟବଟମ କରାଯାଇ ଶବ ସଂସ୍କାର କରାଯାଇଥିବା ଜଣାଯାଇଚି । ଆମ ଜିଲ୍ଲା ପ୍ରତିନିଧି ଧର୍ମଶାଳା ଆଇଆଇସିଙ୍କୁ ପଚାରିବାରୁ କଟକ କେନ୍ଦ୍ରାପଡ଼ାରେ ନଥିବା ବେଳେ, ଭଦ୍ରକରୁ ଆସିବ ବୋଲି କହିଥିଲେ । ଧର୍ମଶାଳା ଥାନା ପୋଲିସ ଶବକୁ ଜବତ କରିବା ସହିତ ୨ଟି ମୋବାଇଲ, ଆଧାରକାର୍ଡ଼, ଇୟରକଡ଼, ଭଙ୍ଗା ମିରର, ପବିତ୍ର ପାଖରେ ରହିଥିବା ମହିଳାଙ୍କ ଡ୍ରେସ ପୋଲିସ ଜବତ କରିଚି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ପୂର୍ବତନ ସରପଂଚ ନିର୍ମଳ ସାମଲ, ଗୋବିନ୍ଦ ସାମଲ, ଅରବାଳ ପଂଚାୟତର ସରପଂଚ, ବହୁ ଭଦ୍ୟ ବ୍ୟକ୍ତି, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ବେହେରା ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କ ନିକଟରେ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ଦାବି କରିଛନ୍ତି ।

Related Posts

About The Author

Add Comment