ପ୍ରେମିକା ହତ୍ୟା କରି ପ୍ରେମିକକୁ ଦୂରେଇ ଦେଲା

Spread the love

ଯାଜପୁର ସଦର, ୦୮ା୧୧: ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ମନୋଜ ଗୋଛାୟତ ହତ୍ୟାକାଣ୍ଡର ପର୍ଦ୍ଧାଫାସ ହୋଇଥିବା ବେଳେ, ଶେଷରେ ୨ ସନ୍ତାନର ଜନନୀ ପ୍ରେମିକା ପରିବାର ମାନଙ୍କ ସହିତ ମିଶି ପ୍ରେମିକ ମନୋଜକୁ ହତ୍ୟା କଲା ଯାହାକି ଚୋରା ପ୍ରେମର କରୁଣ ପରିଣତି ଏତେ ଭୟଙ୍କର ହୋଇଥାଏ ତାହା କଳ୍ପନା କରିବା ସମ୍ଭପର ନୁହେଁ । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରେମିକ ମନୋଜ ଗୋଛାୟତ ପ୍ରେମିକା ଦୁଇଟି ସନ୍ତାନର ମା ହୋଇଥିବା ବେଳେ, ଶେଷରେ ପ୍ରେମିକ ସହିତ ପରକ୍ରିୟା ପ୍ରିତିରେ ମଜଗୁଲ ହୋଇ ଶେଷରେ ଜୀବନ ହାରିବାକୁ ପଡ଼ିଲା । ଏହିପରି ଘଟଣା ଘଟିଯାଇଚି ବରୀ ଥାନା ଅନ୍ତର୍ଗତ ମହାକାଳପଡ଼ାର ପ୍ରେମିକା ଏବଂ ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କୁ ବରୀ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଗିରଫ କରି କୋର୍ଟ ଚଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ମଠସାହି ଗ୍ରାମର ତପନ ଗୋଛାୟତଙ୍କ ପୁଅ ମନୋଜ ଗୋଛାୟତ(୨୭) ସ୍ଥାନୀୟ ଇନ୍ଦୁପୁର ଗ୍ରାମର ଏକ ବିଦ୍ୟାଳୟର ଅଟୋ ଡ୍ରାଇଭର ଭାବରେ କାର୍ଯ୍ୟକରୁଥିଲା । ଏହି ବିଦ୍ୟାଳୟରେ ବରୀ ଥାନା ମହାକାଳପଡ଼ା ଗ୍ରାମର କ୍ଷୀର ପରିଡ଼ାଙ୍କ ସାନ ପୁଅ ପାଠ ପଢ଼ୁଥିବା ବେଳେ, କ୍ଷୀରୋଦ ବିଦେଶରେ ରୁହନ୍ତି । ପୁଅକୁ ନବା ଆଣିବା ପାଇଁ ମା କୁନି ଅଟୋରେ ପଠାନ୍ତି । ଡ୍ରାଇଭର ମନୋଜ ଗୋଛାୟତଙ୍କ ସହିତ କୁନିର ଦେଖା ସାକ୍ଷାତ ହୁଏ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡ଼ିଉଠିବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ଯାହାକି ମନୋଜ କୁନର ଘରକୁ ଯିବା ଆସିବା ହେଉଥିଲା । କ୍ଷୀରୋଦ ଏକ ଅଲଗା ଜାଗାରେ ପରିବାରଙ୍କ ଠାରୁ ଅଲଗା ଘର କରି ରହିଥିବା ବେଳେ, ପୁଅକୁ ଛାଡ଼ିବା ବାହାନାରେ ମନୋଜଙ୍କ ସହିତ କୁନିର ସମ୍ପର୍କ ଗଢ଼ି ଉଠିଥିଲା । କୁନି ମନୋଜ ସହିତ ଅଟୋରେ ବୁଲୁଥିବା ବେଳେ, ଏହା ନିତିଦିନିଆ ଘଟଣା ସମ୍ପର୍କ ପାଲଟିଗଲା । ମନୋଜର ବିଭାଘର କରିବା ପାଇଁ ଚେଷ୍ଟା କରୁଥିବା ବେଳେ, ଏହାକୁ କୁନି ବିରୋଧ କରୁଥିଲା । ମନୋଜର ବାପା ମା ଜୁଲାଇ ମାସରେ ମନୋଜକୁ ବିଭା କରାଇଦେଇଥିବାରୁ ପ୍ରେମିକ ଏବଂ ପ୍ରେମିକା ମଧ୍ୟରେ ଦ୍ୱନ୍ଦ ଲାଗିରହିଲା । ଯାହାକି କୁନି ଘରକୁ ଯିବା ଆସିବା କରୁଥିବା ଗମୁ ଗ୍ରାମର ଅଭୟ(ବାବୁଲା) ଦ୍ୱିତିୟ ପ୍ରେମିକ ପାଲଟିଥିଲା । ଏହା କୁନି ମନରେ ହିସାଂ ଜାଗ୍ରତ ହେବାରୁ ମନୋଜକୁ ରାସ୍ତାରୁ ହଟେଇ ଦେବାପାଇଁ ନକ୍ସା ପ୍ରସ୍ଥୁତ କରିଥିଲା । ଚଳିତ ମାସ ୧୩ ତାରିଖରେ ମନୋଜକୁ ଫୋନକରି ଘରକୁ ଡାକିଥିଲା । ମନୋଜକୁ କୁନି ଖାଇବାକୁ ଦେଇଥିବା ବେଳେ, ସ୍ୱାମୀ କ୍ଷୀରୋଦ ପରିଡ଼ା(ବାବୁଲା) କୁନି ମିଶି ନିର୍ମମ ଭାବେ ମନୋଜକୁ ହତ୍ୟା କରିଥିଲେ । ହତ୍ୟା କରି ମନୋଜକୁ କଦଳୀ ବାଡ଼ିକୁ ଫିଙ୍ଗି ଦେଇଥିବା ବେଳେ, ଦ୍ୱିତିୟ ପ୍ରେମିକ ଅଭୟ(ବାବୁଲା) କୁନିର ସ୍ୱାମୀ କ୍ଷୀରୋଦ ମନୋଜ ମଟର ସାଇକେଲରେ ମରଶରୀରକୁ ଆଣି ବିରୁପା ନଦୀ ବାଲିରେ ପୋତି ଦେଇଥିଲେ । ଯାହାକୁ ବରୀ ପୋଲିସ ସୂଚନା ଦେଇଚି । ମନୋଜର ନିରୁର୍ଦ୍ଧିଷ୍ଠ ସମ୍ପର୍କରେ ନିକିରାଇ ଥାନାରେ ଅଭିଯୋଗ ହୋଇଥିବା ବେଳେ, ବରି ଥାନା ଅଞ୍ଚଳ ମହାକାଳପଡ଼ା ହୋଇଥିବାରୁ ଏହି ମାମଲାଟି ବରୀ ଥାନାରେ ୩୨୯/୨୦୨୨ ରେ କେସ କରାଯାଇ କୁନି ଏବଂ ଦ୍ୱିତୀୟ ପ୍ରେମିକ ସ୍ୱାମୀ କ୍ଷୀରୋଦକୁ ବରୀ ଥାନା ପୋଲିସ ଏହି ୩ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଚି । sandhannews.com

Related Posts

About The Author

Add Comment