କଟକ (ସନ୍ଧାନ ନିୟୁଜ୍/ପ୍ରକାଶ ରାଉତ) କଟକ ଜିଲ୍ଲାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ବାସ୍ତବତାର ପରିପ୍ରକାଶ ‘ପ୍ରାଚୀ’ ସାହିତ୍ୟ ସମାଜର ସାହିତ୍ୟ ମୋହୋସôବ ନୂଆବଜାର ନିକଟସ୍ଥ ହନୁମାନ ମନ୍ଦିର ପ୍ରରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମୋହସôବରେ ସାହିତ୍ୟ ଓ ଗାନ୍ଧିବାଦ ଆଲୋଚନା ଚକ୍ର ଏବଂ କବିତା ପାଠରେ ବହୁ କବି ସାହିତି୍ୟକ ମାନେ ଯୋଗଦେଇ ଗାନ୍ଧିବାଦ ଉପରେ ଆଲୋଚନା କରିବା ସହିତ କବିତା ପାଠ କରିଥିଲେ । ଉସôବରେ ପ୍ରାଚୀର ସଭାପତି ଡକ୍ଟର ନିରଞ୍ଜନ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କବି ଡକ୍ଟର ହୁସେନ ରବି ଗାନ୍ଧୀ, ମୁଖ୍ୟ ବକ୍ତା ଭାବେ ସାହିତି୍ୟକ ପ୍ରଫେସର ଡକ୍ଟର ନୃସିଂହ ଷଢଙ୍ଗୀ, ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡକ୍ଟର ମନ୍ଦାକିନୀ ଦାଶ ଯୋଗଦେଇ ଗାନ୍ଧିବାଦ, ଗାନ୍ଧି ଦର୍ଶନ ଏବଂ ଓଡିଆ ସାହିତ୍ୟରେ ଗାନ୍ଧିଙ୍କ ଦର୍ଶନ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରି ଆଜିର ଯୁଗରେ ଗାନ୍ଧିବାଦକୁ ସୁରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ପ୍ରାଚୀର ସମ୍ପାଦକ ଡକ୍ଟର ବିଭୁଦତ ଖଣ୍ଡାୟତ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କିବ ବିଶ୍ୱମିତ୍ର ମିଶ୍ର ସଭା ସଂଚାଳନ କରିଥିଲେ । ଏହି ଅବସରରେ ପ୍ରାଚୀ ପକ୍ଷରୁ ରିତାଞ୍ଜଳୀ ପ୍ରଧାନଙ୍କର ପୁସ୍ତକ ‘ସମ୍ମୋହନର ଶେଶ ରାସ୍ତା’ ଗିତାଞ୍ଜଳୀ ନାୟକଙ୍କ କବିତା ପୁସ୍ତକ ‘ସନ୍ଧ୍ୟାଦୀପାଳୀ ଏବଂ ସ୍ୱର୍ଣ୍ଣପ୍ରଭା ନାୟକଙ୍କର ପୁସ୍ତକ ‘ବନଫୁଲ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଭ୍ୟ ଅଶ୍ୱିନୀ କୁମାର ସେଠୀ ଧନ୍ୟବାଦ ଦେଇଥିଲେ ।
ପ୍ରାଚୀ ସାହିତ୍ୟ ସମାଜର ସାହିତ୍ୟରେ ଗାନ୍ଧିବାଦ ଆଲୋଚନା ଚକ୍ର ଓ କବିତା ପାଠଚକ୍ର
|
May 24, 2018 |