ସୁନ୍ଦରଗଡ଼ ତା:୨୫/୭/୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତ ରାଉଲଡେଗା ମୁଖ୍ୟ ରାସ୍ତା ରୁ ପଣ୍ଡରିକାନି କୁ ଯାଇଥିବା ରାସ୍ତା ଟି ପ୍ରାୟ ୨ କିଲୋମିଟର ହେବ l ରାଉଲଡେଗା ମୁଖ୍ୟ ରାସ୍ତା ଅର୍ଥାତ ଗ୍ରାଉଣ୍ଡ ଜିରୋ ରୁ କେଲୋଖଣ୍ଡି, ଟାଙ୍ଗର ବାହାଲ, ପୁଞ୍ଜି ପଥଳ, କୁରେଇ କୁ ନେଇ ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ୨୦୨୩-୨୪ ମସିହାରେ ଅନୁମୋଦନ କରାଯାଇଥିଲା l କିନ୍ତୁ କିଛି ଅଞ୍ଚଳର ଖଳ ପ୍ରକୃତିର ଲୋକେ ଉକ୍ତ ରାସ୍ତା କୁ ଅନ୍ୟତ୍ର ଜାଗା କୁ ସ୍ଥାନାନ୍ତରିତ କରି ଅନ୍ୟ ଜାଗା ରେ ରାସ୍ତା କରିଥିବା ଜନ ସାଧାରଣ ରୁ ପ୍ରକାଶ ରୁ ଜାଣିବାକୁ ମିଳିଲା l ଏହି ରାସ୍ତା ରେ ପ୍ରତି ମୁହୂର୍ତ୍ତ ରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ପଥଚାରି l ବର୍ତ୍ତମାନ ର ବର୍ଷା ରେ ଉକ୍ତ ରାସ୍ତା ରେ ପାଣି ରହି ଖାଲ ଢିପ କାଦୁଅ ରେ ପରିପୂର୍ଣ ଥିବା ବେଳେ ଏହି ରାସ୍ତା ରେ ଲୋକେ ଯିବା ଆସିବା କରି ପାରୁ ନ ଥିବା ଦେଖିବାକୁ ମିଳିଛି l ସ୍କୁଲ, କଲେଜ, ଡାକ୍ତର ଖାନା କୌଣସି ସରକାରୀ ବେ ସରକାରୀ କିମ୍ବା ହାଟ ବଜାର ଯିବା ଆସିବା ପାଇଁ ଏ ରାସ୍ତା ଟି ରେ ଲୋକେ ଅସୁବିଧା ଭୋଗୁଛନ୍ତି l ଜରୁରୀ ସେବା ସମ୍ପୂର୍ଣ ଭାବରେ ଠପ ହୋଇପଡିଛି ।ଅତି ଶୀଘ୍ର ଏହି ରାସ୍ତା କୁ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଥିବା ଜଣାପଡିଛି।
ପ୍ରଧାନମନ୍ତ୍ରୀ ସଡ଼କଯୋଜନାର ଅନୁଦାନରେ ଅନେକ ବର୍ଷ ଧରି ବାଟ ମାରଣା
|
July 25, 2025 |



