ପ୍ରଧାନମନ୍ତ୍ରୀ ସଡକ ନିମ୍ନମାନର ଅଭିଯୋଗ

ହାଟଡ଼ିହି, ୨୮/୨/୨୦ (ସନ୍ଧାନ ନିଉଜ) : ହାଟଡିହି ବ୍ଲକ ସୋସୋ-କାନପୁର ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ ଅତିନମ୍ନମାନର କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ରାସ୍ତାରେ ବ୍ଲକ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆର.ଡି ବିଭାଗ ପକ୍ଷରୁ ସେହି ପୁରୁଣା ରାସ୍ତା ଉପରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ଠିକାଦାର ଏଷ୍ଟିମେଟ ଅନୁଯାଇ କାମ ନକରି କମ ମୋଟଇର କଂକ୍ରିଟ ପକାଇ କା ସାରି ଦେଇଥିଲା । ଏନେଇ ଗ୍ରାମର କିଛି ବ୍ୟକ୍ତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଗତ ଦୁଇଦିନ ତଳେ ବିଭାଗୀୟ କ୍ୱାଲିଟ କଣ୍ଟ୍ରୋଲ ଅଧିକାରୀ ମାନେ ପହଞ୍ଚି ଏହାର ମୋଟେଇ ମାପ କରୁଥିବାବେଳେ ଗ୍ରାମବାସୀମାନେ ପନର୍ବାର ସେହି ଅଭିଯୋଗ କରିଛନ୍ତି । କଂକ୍ରିଟ ଉପରେ କଂକ୍ରିଟ ହୋଇଥିବାରୁ ଠିକ ଭାବେ ପରୀକ୍ଷା କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦାଶରଥି ସେଠୀଙ୍କୁ ପଚାରିବାରେ ସେ କ୍ୱାଲିଟ କଂଟ୍ରୋଲ ବିଭାଗର ଅଧିକାରୀ ମାନେ କାମର ମାନ ପରୀକ୍ଷଣ କରୁଛନ୍ତି ତେଣୁ ଭୁଲ ଆସିବ କେଉଁଠୁ ବୋଲି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସଡକ ଯୋଜନାଟି ବିବାଦୀୟ ପରିସ୍ଥିତି ଯୋଗୁଁ କାନପୁର ଗାଁ ନିକଟରୁ ବନ୍ଦ କରିଦିଆଯାଇଛି ବୋଲି ସେ ସୁଚନା ଦେଇଛନ୍ତି ।

Related Posts

About The Author

Add Comment