ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସୁଯୋଗ ଦାବିରେ ମୁକ୍ତିକାନ୍ତଙ୍କ ଅନଶନ ଆଜିଠୁ

Spread the love
  • ଉଠାଇବେ ବ୍ରାହ୍ମଣୀରେ ଦ୍ୱୀତିୟ ସେତୁ ନିର୍ମାଣ ଏବଂ ମେଡିକାଲ କଲେଜ ପ୍ରତିଷ୍ଠା କଥା

ରାଉରକେଲା ୧/୭  (ସନ୍ଧାନ ନିୟୁଜ) : ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସୁଯୋଗ ନମିଳିବା ଯାଏ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନରେ ବସିବାକୁ ସଂସଦ ମାର୍ଗ ଥାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡ଼ିଥିଲେ। ଥାନା କର୍ତ୍ତୃପକ୍ଷ ଆଜି ତାଙ୍କୁ ଆବେଦନର ନକଲ ଦେଇଥିଲେ ମଧ୍ୟ ଅନୁମତି ଦେବାକୁ ମନା କରିଛନ୍ତି। ଅପର ପକ୍ଷରେ ରାଉରକେଲାରୁ ୧୫୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପହଞ୍ଚିଥିବା ମୁକ୍ତିକାନ୍ତ ଅନଶନରେ ବସିଲେ ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଘଟିବ ବୋଲି ଡାକ୍ତରମାନେ ତାଙ୍କୁ ସତର୍କ କରାଇଛନ୍ତି। ଏହା ସତ୍ତ୍ୱେ ସେ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲି ସକାଳ ୮ଟାରୁ ଯନ୍ତରମନ୍ତରରେ ଅନଶନ ଆରମ୍ଭ କରିବେ ବୋଲି ମୁକ୍ତିକାନ୍ତ କହିଛନ୍ତି। ସେ କହିଲେ, ଯନ୍ତରମନ୍ତରରେ ଅନଶନ କରିବାକୁ ସଂସଦ ମାର୍ଗ ଥାନା କର୍ତ୍ତୃପକ୍ଷ ମନା କରିବା ପରେ ରାମଲୀଲା ମୈଦାନରେ ଅନଶନ କରିବାକୁ ମୁକ୍ତିକାନ୍ତ ସ୍ଥାନୀୟ ଥାନାରେ ଆବେଦନ କରିଥିଲେ। ମାତ୍ର ଥାନା କର୍ତ୍ତୃପକ୍ଷ ତାହାକୁ ଅଗ୍ରାହ୍ୟ କରିଛନ୍ତି। ତେଣୁ ଅନୁମତି ମିଳି ନଥିଲେ ମଧ୍ୟ ସେ ଯନ୍ତରମନ୍ତରରେ ଅନଶନ ଆରମ୍ଭ କରିବେ। ଉଳ୍ଲେଖଯୋଗ୍ୟ, ଅନୁମତି ବିନା ଅନଶନ ଓ ଧାରଣା ବେଆଇନ। ତେଣୁ ହୁଏତ ଅନଶନ ଆରମ୍ଭ ମାତ୍ରେ ମୁକ୍ତିକାନ୍ତଙ୍କୁ ପୁଲିସ୍‌ ଉଠାଇନେବା ଆଶଙ୍କା ରହିଛି।

Report- Amit Nayak, Rourakela

Related Posts

About The Author

Add Comment