ପ୍ରଗତି ପବ୍ଲିକ ସ୍କୁଲ ବିବାଦ : ଅଭିଯୋଗ ଶୁଣାଣି ପରେ ଏ ଡି ଇଓଙ୍କୁ ନିଦେର୍ଶ ଦେଲେ ଜ଼ିଲ୍ଲାପାଳ

Spread the love

ରାଉରକେଲା : ଦକ୍ଷିଣ ରାଉରକେଲା ସାରନଗରୀ ପ୍ରଗତି ପବ୍ଲିକ ସ୍କୁଲର ପରିଚାଳନା କମିଟି ଓ ଅବିଭାବକ ମାନଙ୍କ ମଧ୍ୟରେ ବିବାଦକୁ ନେଇ ଏଥିରେ ହସ୍ତକ୍ଷେପ କରିଛନ୍ତି ସୁନ୍ଦରଗଡ ଜ଼ିଲ୍ଲାପାଳ I ଏହି ସ୍କୁଲରେ ମନ ଇଛା ଫିସ ବୃଦ୍ଧି ଓ କୋମଳମତି ବିଦ୍ୟାଥ୍ରୀ ମାନଙ୍କ ମାନସିକ ନିର୍ଯାତନା ଅଭିଯୋଗ ହୋଇ ଆସୁଥିଲା ଏହି  ଅଭିଯୋଗ କୁ ଭିତିକରି ଓଡ୍ଡିଶ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ତା 11/12/2019 ରିଖ ଦିନ ଚି଼ଠି  ସଂଖ୍ୟା 3808 ଦ୍ଵାରା ପ୍ରଗତି  ସ୍କୁଲକୁ ଏକ କାରଣ ଦର୍ଶାଅ ନୋଟିସ ପଠା ଯାଇଥିଲା  I  ଏହି ନୋଟିସ  ଭିତି କରି ସୁନ୍ଦରଗଡ ଜ଼ିଲ୍ଲାପାଳ ଗତ 16 ତାରିଖ ଚି଼ଠି  ସଂଖ୍ୟା 12443 ମାଧ୍ୟମରେ ଓଏସସିପିସିଆର କେଶ ନମ୍ବର ଶୁଣାଣି ରାଉରକେଲା ମହାନଗର ନିଗମ କନଫରେନ୍ସ ହଲ ରେ କରିଥିଲେ  I  ଏଥିରେ ରାଉରକେଲା ଏଡ଼ିଏମ,ସୁନ୍ଦରଗଡ ଡିପିଓ ଏସଏସଏ, ସୁନ୍ଦରଗଡ ଏଡିଓ଼ଙ୍କ ଉପସ୍ଟିତି  ରେ ଶୁଣାଣି କରିବା ବେଳେ ପ୍ରଗତି ପବ୍ଲିକ ସ୍କୁଲର ପ୍ରିନସିପାଲ ରଂଜିତ ଟପ୍ପୋ,ପରିଚାଳନା କମିଟି ସଭାପତି ଓ ଜଣେ ଆଇନଜୀବି ସମେତ ଓଡିଶା ଅଭିଵାହକ ସଂଘ ଆବାହକ ଅମୀୟ କୁମାର ମଲ୍ଲିକ,ପେରେଣ୍ଟ କୋଡିନେସନ କମିଟି ସଭାପତି ପ୍ରଭାତ କୁମାର ବାରିକ , ଯୋଗେନ୍ଦ୍ର ମହାନ୍ତି,ଅକ୍ଷୟ  ସାହୁ  ପ୍ରମୁଖ  ଉପସିଥ ଥିଲେ  I  ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ ଜ଼ିଲ୍ଲାପାଳ  ପ୍ରଗତି ପବ୍ଲିକ ସ୍କୁଲର ପରିଚାଳନା କମିଟିକୁ ସରକାରୀ ନିୟମକୁ କଡାକଡି ପାଳନ କରିବାକୁ ନିଦେର୍ଶ ଦେବା  ସହ ସୁନ୍ଦରଗଡ ଜ଼ିଲ୍ଲା ଅତିରିକ୍ତ  ଶିକ୍ଷା ଅଧିକାରିଣୀଙ୍କୁ ପ୍ରଗତି ପବ୍ଲିକ ସ୍କୁଲରରେ କୋମଳମତି ବିଦ୍ୟାଥ୍ରୀ ମାନଙ୍କ ମାନସିକ ନିର୍ଯାତନା ଦେବା ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ  I

Related Posts

About The Author

Add Comment