ପୋଲିସ ପ୍ରଶାସନ ତରଫରୁ କରୋନା ସତର୍କତା

Spread the love

ସୁନ୍ଦରଗଡ, ୮/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) କୋଭିଡର ଦ୍ଵିତୀୟ ଲହାରୀ ର ଭୟାବହତା କୁ ଦୃଷ୍ଟି ରେ ରଖି ସୁନ୍ଦରଗଡ ପୋଲିସ ପକ୍ଷରୁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ପରିଲକ୍ଷିତ ହେଉଛି I କୋଭିଡ ମହାମାରୀ କୁ ପ୍ରତିହତ କରିବା ଓ ସମାଜକୁ ମହାମାରୀ କରୋନା ଠାରୁ ସୁରକ୍ଷିତ ରଖିବା ନେଇ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । କେତେବେଳେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବାକୁ  ପ୍ରବର୍ତାଯାଉଛି ଏବଂ ସହରରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ସୁନ୍ଦରଗଡର ପୋଲିସ ବିଭିନ୍ନ ଛକ ତଥା  ସମସ୍ତ ଜନଗହଳି ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରାଯାଉଛି। ବାହାରକୁ ବାହାରିଲେ ମାସ୍କ ପିନ୍ଧି ବାହାରିବାକୁ ନିବେଦନ କରିଛି । କାରଣ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି । ଆଇନ ଅମାନ୍ୟ କଲେ ଉଚିତ ଦଣ୍ଡ ମିଳିବା ବିଷୟରେ ମଧ୍ୟ ଅବଗତ କରାଇଛି ।

Related Posts

About The Author

Add Comment