ପୂର୍ବତନ ସ୍ୱାସ୍ଥମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ

Spread the love
ସମ୍ବଲପୁର,୧୪/୦୪ (ସନ୍ଧାନ ନିୟୁଜ) ଆଜି ରାଜ୍ୟର ପୂର୍ବତନ ସ୍ୱାସ୍ଥମନ୍ତ୍ରୀ ସନାତନ ବିଶିଙ୍କର ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଜିଲାର ତାଙ୍କ ହୀରାକୁଦ କଲୋନୀରେ ଥିବା ବାସଭବନରେ ଶ୍ରୀ ବିଶି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସନାତନଙ୍କ ମୃତ୍ୟୁ ଯୋଗୁ ରାଜନୀତି ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସନାତନ ବିଶି ୧୯୯୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ପର‌୍ୟ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଏହା ପରେ ୨୦୦୦ ଏବଂ ୨୦୦୪ ମସିହାରେ ସେ ବିଜେଡି ଟିକଟରୁ ରେଢ଼ାଖୋଲ ଆସନରୁ ଲଗାତର ୨ଥର ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ତାଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ସେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

Related Posts

About The Author

Add Comment