ନୂଆଦିଲ୍ଲୀ, ୬/୮ (ସନ୍ଧାନ ନିଉଜ) : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକ । ଭାରତୀୟ ଜନତା ପାର୍ଟିର ଏହି ବରିଷ୍ଠ ନେତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲ। ସୂଚନା ଅନୁସାରେ, ହୃଦଘାତ ହେତୁ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବିଦେଶ ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ବହୁ ଦିନରୁ ପୀଡ଼ିତ ଥିଲେ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ
|
August 6, 2019 |



