ନୂଆଦିଲ୍ଲୀ , ୨୭/୧୧ (ସନ୍ଧାନ ନିଉଜ) : ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍ପିଟାଲ୍ରେ ପୂର୍ବତନ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁଶୀଲ କୁମାର ପରଲୋକ ଗମନ କରିଥିବା କଥା ତାଙ୍କ ପରିବାରସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁ ବେଳକୁ ପୂର୍ବତନ ନୌସେନା ମୁଖ୍ୟଙ୍କୁ ୭୯ ବର୍ଷ ବୟସ ହୋଇଥିଲା।୧୯୯୮ରୁ ୨୦୦୧ ଯାଏଁ ନୌସେନାର ମୁଖ୍ୟ ଥିଲେ। ‘ଏ ପ୍ରାଇମ୍ ମିନିଷ୍ଟର୍ ଟୁ ରିମେମ୍ବର- ମେମୋରିଜ୍ ଅଫ୍ ଏ ମିଲିଟାରି ଚିଫ୍’ ଶୀର୍ଷକ ପୁସ୍ତକ ସେ ରଚନା କରିଥିଲେ। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳବିହାରୀ ବାଜପେୟୀ ପ୍ରତିରକ୍ଷା ସଂକ୍ରାନ୍ତରେ ଗ୍ରହଣ କରିଥିବା ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦେହାନ୍ତ
|
November 27, 2019 |
