ଯାଜପୁର ସଦର, ୨୫ା୦୨: ଯାଜପୁର ଜିଲ୍ଲାର ପୂର୍ବତନ ବିଜେଡ଼ି ସଭାପତି ମଣ୍ଟୁ ଦାସଙ୍କ ପରଲୋକ ହୋଇଥିବା ଜଣାଯାଇଚି । ଶ୍ରୀ ଦାସ ଦିର୍ଘଦିନ ହେଲା ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ରାହାସ ବିହାରୀ ଦାସ(ମଣ୍ଟୁ) ଖଦି ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ରାହାସ ବିହାରୀ ଦାସ ଭୂବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଗୁରବାର ଦିନ ମୃତ୍ୟୁ ବରଣ କରିଛନ୍ତି । ଶ୍ରୀ ଦାସଙ୍କ ପରିଲୋକ ହେବା ପରେ ଶ୍ରୀ ଦାସଙ୍କ ମରଶରୀରକୁ ଅଣାଯାଇ ନିଜ ଗ୍ରାମ ସଦର ବ୍ଲକ ଅନ୍ତର୍ଗତ ସୁଜନପୁରରେ ଶୋକାକୁଳ ପରିବେଶରର ଶବ ଶଂସ୍କାର କରାଯାଇଥିଲା । ଶ୍ରୀ ଦାସଙ୍କ ମୃତ୍ୟୁରେ ବରୀ ବିଧାୟିକା ସୁନ୍ଦା ଦାସ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଞ୍ଝାରପୁର ବିଧଅୟୀକା ପ୍ରମିଳା ମଲିକ, ବିଜେଡି ରାଜ୍ୟ ସମ୍ପାଦକ ବିଶ୍ୱରଂଜନ ମଲିକ, ବଡ଼ଚଣା ବିଧାୟକ ଅମର ପ୍ରଶାଦ ଶତପଥି, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ସାଂସଦ ରୀତା ତରାଇ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି । @ Sandhan News@Manash Rout
ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତିଙ୍କର ପରଲୋକ
|
February 25, 2022 |
