ରାଇରଙ୍ଗପୁର, 15.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):– ହେଲମେଟ ଚେକିଂ ନାଁରେ ପୁଲିସର ଜୁଲମ ଅଭିଯୋଗ । ଗାଡ଼ି ଚେ କିଂ ବେଳେ ଅମାନିଆଙ୍କୁ ଫାଇନ୍ ବଦଳରେ ମିଳୁଛି ମାଡ଼ । ପୁଲିସ ମାଡ଼ରେ ଅମାନିଆ ରକ୍ତାକ୍ତ ହେବା ପରେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । ଏପରି ଘଟଣା ଦେଖୁ ବାକୁ ମିଳିଛି ମୟୂରଭଞ୍ଜ ଜିଲା ଜାମଦା ଥାନା ଅଞ୍ଚଳରେ । ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର ଉପଲକ୍ଷେ ବଜାର ରାସ୍ତାଘାଟ ଜନଗହଳି ଦେଖିବାକୁ ମିଳୁଥିବା ବିଭିନ୍ନ ସ୍ଥାନରେ ଲୁଟେରା ପ୍ରାଦୁର୍ଭାବ ବଢିଛି । ଏହାକୁ ନଜରରେ ରଖି ଜିଲ୍ଲା ପୁଲିସ ଥାନା ଅଞ୍ଚଳରେ ନକ।ବନ୍ଦୀ କରି ହେଲ ଜୋରଦାର ଗାଡି ମଟର ଯାଞ୍ଚ ଜାରି କରିଛନ୍ତି । ଏହି ଅବସରରେ ଆଜି ଦିନ ପ୍ରାୟ ଦଶଟରେ ଜାମଦା ଥାନା ହୁରିଲାବେଡା ଗାଁ ସାପ୍ତାହିକ ହାଟ ଛକଠାରେ ପୁଲିସ ଚେକିଂ କରୁଥିଲେ । ଏହି ସମୟରେ ଉକ୍ତ ଥାନା ପାସନା ଗାଁ ର ସାକିଲ। ହାଁସଦାର ପୁତ୍ର ଲୁଗୁ ହାଁସଦା (୩୫) ନାମକ ଏକ ଆଦିବାସୀ ଯୁବକ ଜାମଦା ବଜାରକୁ ନିଜ ଭଉଣୀକୁ ବସରେ ବସାଇବା ପାଇଁ କାମଦା ବସ୍ଷ୍ଟାଣ୍ଡକୁ ଆଣିଥିଲେ । ଷ୍ଟାଣ୍ଡରେ ଛାଡି ଘରକୁ ନିଜ ବାଇକରେ ଫେରୁ ଥିବାବେଳେ ପୁଲିସ ଚେକିଂସ ହାବୁଡ଼ରେ ପଡ଼ିଥିଲେ । ଚେକିଂ ଜାଗାରେ ନ ଅଟକି ଆଗକୁ ପାଇ ଯାଇଥିଲେ । ଚେକିଂ ଜାଗାରୁ ପ୍ରାୟ ଦୁଇଶହ ମିଟର ଆଗରେ ଥିବା ଜଣେ ପୁଲିସ ଠେଙ୍ଗା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ । ବି ନା ହେଲମେଣ୍ଟରେ ଥିବା ଯୁବକ ଲୁ ଗୁର ନାକରେ ଠେଙ୍ଗା ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେହି ଅବସ୍ଥାରେ ନିଜ ଗାଁକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ । ପୁଲିସ ଠେଙ୍ଗାରେ ମାଡ଼ ବାଜି ଏପରି ଅବସ୍ଥା ହୋଇଛି । ଏହା ଜାଣି ବା ପରେ ଗାଁ ତଥା ଆଖପାଖର ଶତାଧିକ ଜନସାଧାରଣ ଏକ ପଟୁଆରରେ ଆସି ଜାମଦା ଥାନା ଘେରାଉ କରିଥିଲେ । ତା’ପରେ ଏକ ଏତଲା ଦେଇ ଡ୍ୟୁଟିରେ ଥିବା ଉକ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରି ଗିରଫ କରିବାକୁ ଦାବି କରିଥିଲେ । ଥାନାଧିକାରୀ ଦେବାଶିଷ ଶତପଥୀ ଏତଲା ଗ୍ରହଣ କରିଥିଲେ ଓ ଲୋକଙ୍କ ସହିତ ଆଲୋଚନା କରିଥିଲେ । ପରେ ଲୋକମାନେ ଥାନା ଘେରାଉରୁ ଓ ହରି ଥିଲେ। ଖବର ପାଇ ରାଇରଙ୍ଗପୁର ଏସଡ଼ିପି ଓ ସୁଶ୍ରୀ ଗାୟତ୍ରୀ ପ୍ରଧାନ ଥାନାରେ ପହଞ୍ଚି ଘଟଣା ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଘଟଣାସ୍ଥଳରୁ ରକ୍ତାକ୍ତ ଅବସ୍ଥାରେ ଯୁବକକୁ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ ପ୍ରାଥମିକ ଚିକିତ୍ସା କରିଥିଲେ । ଉପଖଣ୍ଡ ସରକାରୀ ଡାକ୍ତରଖାନା ରାଇରଙ୍ଗପୁରକୁ ନେଇ ଚିକିତ୍ସା ପରେ ଘରେ ଛାଡ଼ିଥିବା ଜଣାପଡ଼ିଛି ।
ପୁଲିସ ଠେଙ୍ଗା ବାଜି ବାଇକ୍ ଚାଳକ ରକ୍ତାକ୍ତ
|
January 15, 2021 |
